ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: ଟିଟୋ ଲିଙ୍କ୍ ନେଇ ସରକାରୀ ଅଫସ୍ରେ ତନାଘନା କରୁଛି ଭିଜିଲାନ୍ସ। ବାଲିଘାଟ ଲିଜ୍ ଓ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପେଟ୍ରୋଲ ପମ୍ପ ନିର୍ମାଣ ଘଟଣାର ସରକାରି ଲିଙ୍କ୍ ଖୋଜୁଛି ଭିଜିଲାନ୍ସ।
ଡେରାବିଶ, କେନ୍ଦ୍ରାପଡା ତହସିଲ ଓ ପୌରପାଳିକା ଏବଂ ମହାକାଳପଡ଼ା ତହସିଲରେ ଖୋଳତାଡ଼ ଚାଲିଛି। ଭିଜିଲାନ୍ସ ଅଧିକାରୀ କାଗଜପତ୍ର ଯାଞ୍ଚ କରୁଛନ୍ତି।
ଗ୍ୟାଙ୍ଗଷ୍ଟର ଟିଟୋ କେମିତି ଗୋଟିଏ ପରେ ଗୋଟିଏ ବାଲିଘାଟ ନିଲାମ ନେଉଥିଲା ଏବଂ ପେଟ୍ରୋଲ ପମ୍ପ ପାଇଁ କିଏ ଅନୁମତି ଦେଇଥିଲା ସେନେଇ ଖୋଳତାଡ଼ ଚାଲିଛି।
ଜିଲ୍ଲା ଅଗ୍ନିସମ ବିଭାଗ ଏହି ପେଟ୍ରୋଲ ପମ୍ପ ପାଇଁ କିପରି ସେଫ୍ଟି ସାର୍ଟିଫିକେଟ ପ୍ରଦାନ କଲେ ତାହା ମଧ୍ୟ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ ହୋଇଛି।
ଏପଟେ ଟିଟୋର ଜଣକ ପରେ ଜଣେ ସହଯୋଗୀଙ୍କୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଗିରଫ କରିଛି। ୨୮ ତାରିଖରେ ଟିଟୋ ସହଯୋଗୀ ବାପୁ ପରିଡ଼ାକୁ ଗିରଫ କରିବା ସହ ଗତକାଲି ବାପୁର ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଛି।















