ଓଡ଼ିଶାଲାଇଭ୍‍ ବ୍ୟୁରୋ

ନିଶାସକ୍ତ ମଣିଷ ପକ୍ଷରେ ସବୁ କିଛି ସମ୍ଭବଏମିତି କି ଜୀଅନ୍ତା କୁକୁଡ଼ାକୁ ଖାଇଯିବା ବି ଅସମ୍ଭବ ନୁହେଁଏହି ବୀଭତ୍ସ ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ପୋଲିସ ଏବେ ସଂପୃକ୍ତ ଯୁବକକୁ ଖୋଜୁଛି।

ଜୁଲାଇ ୩୧ ତାରିଖର ଘଟଣା। ତେଲଙ୍ଗାନାର ମହବୁବାବାଦ ଜିଲ୍ଲା ଅନ୍ତର୍ଗତ କେସମୁଦ୍ରମ ଅଞ୍ଚଳର ଦୁଇଜଣ ଯୁବକ ମଦ ପିଇବା ପରେ କୁକୁଡ଼ା କିଣି ଘରକୁ ଫେରୁଥିଲେ। ହୁଏତ ଘରେ ପହଞ୍ଚି କୁକୁଡ଼ା ମାଂସ ରାନ୍ଧି ଖାଇଥାଆନ୍ତେ। କିନ୍ତୁ ଦୁହେଁ ଏତେ ଅଧିକ ନିଶାରେ ଥିଲେ ଯେ ଜଣେ ରାସ୍ତାରେ ହିଁ ଶୋଇପଡ଼ିଲା। ଅନ୍ୟ ଜଣକ କୁକୁଡ଼ାକୁ ଧରି ଅପେକ୍ଷା କରିଥିଲା। ସେ ବି କମ୍‍ ନିଶାରେ ନ ଥିଲା।

କିଛି ସମୟ ପରେ କୁକୁଡ଼ା ଧରିଥିବା ଯୁବକକୁ ଭୋକ ଲାଗିଲା ଏବଂ ମଦନିଶାରେ ହିଁ ସେ ହାତରେ ଧରିଥିବା ଜୀଅନ୍ତା କୁକୁଡ଼ାର ପର ଛିଣ୍ଡାଇ ମାଂସ ଖାଇବାରେ ଲାଗିଲା। ସେହି ବାଟ ଦେଇ ଯାଉଥିବା କେତେକ ଲୋକ ଏହି ବୀଭତ୍ସ ଦୃଶ୍ୟର ଭିଡିଓ ସୁଟିଂ କରିଥିଲେ।

ଏହି ଭିଡିଓ ଏବେ ଭାଇରାଲ ହୋଇଛି। ଏଥିରେ ଜଣେ ଯୁବକ ନିଶାରେ ଶୋଇ ରହିଥିବା ବେଳେ ଅନ୍ୟ ଜଣକ ଜୀଅନ୍ତା କୁକୁଡ଼ା ଖାଉଥିବା ସ୍ପଷ୍ଟ ଦେଖାଯାଉଛି। ଆଖପାଖରେ କୁକୁଡ଼ାର ପର ପଡ଼ି ରହିଛି ଏବଂ ଯୁବକ ଜଣକ କଞ୍ଚାମାଂସ ଚୋବେଇ ଖାଉଥିବାର ଅରୁଚିକରଓ ଅସ୍ୱସ୍ତିକର ଦୃଶ୍ୟ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲେ ହେବା ପରେ ପୋଲିସ ତତ୍ପର ହୋଇଉଠିଛି। ପ୍ରାଣୀ ନିଷ୍ଠୁରତାଏବଂ ସର୍ବସାଧାରଣ ସ୍ଥାନରେ ଅଶାଳୀନ ଆଚରଣ ଅଭିଯୋଗରେ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି। କିନ୍ତୁ ଯୁବକ ଦୁହିଁଙ୍କୁ ଚିହ୍ନଟ କରାଯାଇନାହିଁ। ମଦ ନିଶା ମଣିଷକୁ କେଉଁ ସ୍ତରକୁ ନେଇଯାଇପାରେ ତାହା ଏହି ଘଟଣାରୁ ସ୍ପଷ୍ଟ ବାରି ହେଉଛି।

Comment