ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଆକ୍ଟ୍ରେସମାନଙ୍କ ଭିତରେ ହେଉଥିବା କ୍ୟାଟ୍‍-ଫାଇଟ୍‍ ବିଷୟ କାହାକୁ ବା ଅଜଣାଏମିତି ବି ହୋଇଛି ଯେ, କରୀନାଙ୍କଠାରୁ ରୋଲ୍ ଛଡ଼ାଇଛନ୍ତି ଐଶ୍ୱର୍ଯ୍ୟା, ଆଉ ଐଶ୍ୱର୍ଯ୍ୟାଙ୍କୁ ରିପ୍ଲେସ କରିଛନ୍ତି କରିନା

ବଲିଉଡର ଦୁଇ ଲୋକପ୍ରିୟ ନାୟିକା ହେଲେ ଐଶ୍ୱର୍ଯ୍ୟା ରାୟବଚ୍ଚନ ଓ କରିନା କପୁର ଖାନ୍। ବୟସ ଓ କ୍ୟାରିଅର୍ ଦୃଷ୍ଟିରୁ ଐଶ୍ୱର୍ଯ୍ୟା କରିନାଙ୍କଠାରୁ ସିନିଅର୍‌। ଏମିତି ବି ହୋଇଛି ଯେ, କରୀନାଙ୍କଠାରୁ ରୋଲ୍ ଛଡ଼ାଇଛନ୍ତି ଐଶ୍ୱର୍ଯ୍ୟା, ଆଉ ଐଶ୍ୱର୍ଯ୍ୟାଙ୍କୁ ରିପ୍ଲେସ କରିଛନ୍ତି କରିନା।

ଆସନ୍ତୁ ମନେପକାଇବା ‘ଦେବଦାସ୍‌’ ସିନେମା କଥା।

ବଲିଉଡର ଲୋକପ୍ରିୟ ନାୟିକା ଐଶ୍ୱର୍ଯ୍ୟା ରାୟଙ୍କର କ୍ୟାରିଅରର ଏକ ଗୁରୁତ୍ୱପୂର୍ଣ୍ଣ ସିନେମା ହେଲା ‘ଦେବଦାସ୍’। ୨୦୦୨ରେ ରିଲିଜ୍‌ ହୋଇଥିବା ଏହି ସିନେମାରେ ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ଶାହରୁଖ୍ ଖାନ୍, ମାଧୁରୀ ଦୀକ୍ଷିତ, ଜ୍ୟାକି ସ୍ରପ୍ ଓ କିରଣ ଖେର ପ୍ରମୁଖ ଅଭିନୟ କରିଥିଲେ ମୁଖ୍ୟ ଭୂମିକାରେ।

‘ଦେବଦାସ୍’ ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା। ଏହି ଫିଲ୍ମ ପାଇଁ ଐଶ୍ୱର୍ଯ୍ୟାଙ୍କୁ ମିଳିଥିଲା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମ ଫେଆର୍ ପୁରସ୍କାର।

ହେଲେ ଆପଣ ଜାଣନ୍ତି କି ଏହି ସିନେମାରେ ଐଶ୍ୱର୍ଯ୍ୟା କରିଥିବା ଭୂମିକାଟି ପ୍ରଥମେ ମିଳିଥିଲା ଆଉ ଜଣେ ନାୟିକାଙ୍କୁ। ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ଯେତେବେଳେ ‘ଦେବଦାସ୍‌’ କାମ ଆରମ୍ଭ କରିଲେ, ସେତେବେଳେ ଏଥିରେ ଥିବା ‘ପାରୋ’ ଭୂମିକାରେ କରିନା କପୁରଙ୍କୁ ନେବେ ବୋଲି ସ୍ଥିର କରିଥିଲେ।

‘ଦେବଦାସ୍‌’ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ବେଳକୁ କରିନା କପୁରଙ୍କର କେବଳ ଗୋଟିଏ ହିନ୍ଦୀ ସିନେମା ‘ରିଫ୍ୟୁଜି’ ରିଲିଜ୍‌ ହୋଇଥାଏ। କରିନାଙ୍କ ଅଭିନୟ ପ୍ରତିଭାରେ ପ୍ରଭାବିତ ହୋଇ ଭଂସାଲୀ ‘ଦେବଦାସ୍’ର ପାରୋ ଭୂମିକା ଲାଗି ଅଫର୍ ଦେଇଥିଲେ। କିନ୍ତୁ କରିନା କପୁରଙ୍କ ମାଆ ବବିତା ଏହି ଅଫର୍‌କୁ ପ୍ରତ୍ୟାଖ୍ୟାନ କରିଥିଲେ। ସେତେବେଳେ ସେ କହିଥିଲେ ଯେ ‘ପାରୋ’ ଭୂମିକା କରିବାର ବୟସ ଆସି ନାହିଁ କରିନାଙ୍କର। ଏହି ଭୂମିକା ପାଇଁ ଅବଶ୍ୟ କରିନାଙ୍କର ସ୍କ୍ରିନ୍‌ ଟେଷ୍ଟ୍ ବି ନିଆଯାଇଥିଲା। କିନ୍ତୁ ଶେଷରେ ‘ଦେବଦାସ୍’ ସିନେମାରେ ଅଭିନୟ କରିଥିଲେ ଐଶ୍ୱର୍ଯ୍ୟା ଓ ତାହା ସୁପରହିଟ୍‍ ହୋ‍ଇଥିଲା।

ସେହିପରି ଆସନ୍ତୁ ନଜର ପକାଇବା ‘ହିରୋଇନ୍’ ଫିଲ୍ମ କଥା।

ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ମଧୁର ଭଣ୍ଡାରକରଙ୍କର ଏକ ଚର୍ଚ୍ଚିତ ସିନେମା ହେଲା ‘ହିରୋଇନ୍’। ଏହାପୂର୍ବରୁ ମଧୁର ‘ତ୍ରିଶକ୍ତି’, ‘ଚାନ୍ଦିନୀ ବାର୍’, ‘ଫ୍ୟାସନ୍’ ଓ ‘କର୍ପୋରେଟ୍’ ଭଳି ସିନେମାର ନିର୍ଦ୍ଦେଶନା ଦେଇ ବେଶ୍ ଚର୍ଚ୍ଚାରେ ଥାଆନ୍ତି।

ମଧୁର ଭଣ୍ଡାରକରଙ୍କ ଫିଲ୍ମରେ କାମ କରିବାକୁ ବଲିଉଡର ସବୁ ଟପ୍ ନାୟିକା ନିଜ ଆଡୁ ପ୍ରସ୍ତାବ ଦେଉଥିଲେ। ଏଭଳି ସମୟରେ ଟପ୍ ହିରୋଇନ୍‌ ଐଶ୍ୱର୍ଯ୍ୟା ରାୟ ବି ମଧୁରଙ୍କ ସହିତ କାମ କରିବାକୁ ଆଗେଇ ଆସିଥିଲେ। ମଧୁର ଐଶ୍ୱର୍ଯ୍ୟଙ୍କୁ ନେଇ ‘ହିରୋଇନ୍’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରୁଥିଲେ। ଏହି ଫିଲ୍ମ ନିର୍ମାଣ ସମୟରେ ମଧୁର ସର୍ତ୍ତ ରଖିଥିଲେ ଯେ ଏହାର ସୁଟିଂ ସମୟରେ ସେ ଗର୍ଭବତୀ ହେବେ ନାହିଁ। ସେତେବେଳକୁ ଐଶ୍ୱର୍ଯ୍ୟା ଅଭିଷେକ ବଚ୍ଚନଙ୍କୁ ବାହା ହୋଇସାରିଥିଲେ।

ଐଶ୍ୱର୍ଯ୍ୟା ବି ମଧୁରଙ୍କ ସର୍ତ୍ତରେ ରାଜି ହୋଇଥିଲେ।  କିନ୍ତୁ ସୁଟିଂ ଆରମ୍ଭ ହେବାର କିଛିଦିନ ଆଗରୁ ସେ ଗର୍ଭବତୀ ହୋଇଯାଇଥିଲେ। ଏକଥା ଜାଣିବା ପରେ ମଧୁର ଭଣ୍ଡାରକର ‘ହିରୋଇନ୍’ରୁ ଐଶ୍ୱର୍ଯ୍ୟାଙ୍କୁ ଫିଲ୍ମରୁ ଆଉଟ୍ କରିଥିଲେ। ତା’ପରେ ଏହି ରୋଲ୍‌ଟି କାହାକୁ ଦେବେ ବୋଲି ଚିନ୍ତା କରୁଥିବା ବେଳେ କରିନା କପୁର ଏହି ଫିଲ୍ମ ପାଇଁ ରାଜି ହୋଇଥିଲେ ଓ ଐଶ୍ୱର୍ଯ୍ୟାଙ୍କ ସ୍ଥାନରେ କରିନା କାମ କରିଥିଲେ। ଏହା ଅବଶ୍ୟ ଭିନ୍ନ କଥା ଯେ ‘ହିରୋଇନ୍’ ଫ୍ଲପ୍ ହୋଇଥିଲା।

Comment