ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କେରଳ ତ୍ରିସୂରରେ ଥିବା ଚିରାକଲ ଭଗବତୀ ମନ୍ଦିର ପୂଜକ ଜୟରମଣଙ୍କୁ ସୋମବାର ପୋଲିସ ଗିରଫ କରିଛି।
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ହତ୍ୟା ଧମକ ଦେଲେ ମନ୍ଦିର ପୂଜକ। ସୋମବାରଦିନ କେରଳ ଅନ୍ତର୍ଗତ ତ୍ରିସୁରର ଜଣେ ମନ୍ଦିର ପୁରୋହିତଙ୍କୁ ଗିରଫ କରିଛି ପୋଲିସ। ଅତ୍ୟଧିକ ମଦ୍ୟପାନ କରି ସେ ଏପରି କହିଥିବା ଏସ୍ପି ଏମ୍ପି ଦିନେଶ ସୂଚନା ଦେଇଛନ୍ତି। କାରଣ ଗିରଫ ପରେ ଏସମ୍ପର୍କରେ ସେ କିଛି ମନେ ରଖି ନଥିବା ଜଣାପଡ଼ିଛି।
ରାଷ୍ଟ୍ରପତି କୋବିନ୍ଦ ତିନିଦିନିଆ କେରଳ ଗସ୍ତରେ ଅଛନ୍ତି। କେରଳ ବିଧାନସଭାର ରୌପ୍ୟଜୟନ୍ତୀ ସମାରୋହରେ ଯୋଗଦେବାକୁ ବର୍ତ୍ତମାନ କେରଳରେ ଉପସ୍ଥିତ ଅଛନ୍ତି ରାଷ୍ଟ୍ରପତି।
ଚିରକ୍କାଲ ଭଗବତୀ ମନ୍ଦିରର ପୁରୋହିତ ପି ଜୟରମଣ ପୁଲିସ କଣ୍ଟ୍ରୋଲ୍ ରୁମ୍କୁ ଫୋନ୍ କରି କହିଥିଲେ କି, ମଙ୍ଗଳବାର ଦିନ ରାଷ୍ଟ୍ରପତି ଯେଉଁଠି ସଭା କରିବାକୁ ନିର୍ଦ୍ଧାରଣ କରାଯାଇଛି ସେଠାରେ ସେ ଗୋଟାଏ ବୋମା ଖଞ୍ଜିବେ।
ମଙ୍ଗଳବାର ଦିନ ତ୍ରିସୁରସ୍ଥିତ ସେଣ୍ଟ୍ ଟୋମାସ୍ କଲେଜର ଶତବାର୍ଷିକୀ ଉତ୍ସବ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
କଲ୍ ଲୋକେସନ୍ ଠାବକରିବାର ଘଣ୍ଟାଏ ଭିତରେ ପୋଲିସ ଜୟରମଣଙ୍କୁ ଗିରଫ କରିଛି।

















