ଓଡ଼ିଶାଲାଇଭ୍ ବ୍ୟୁରୋ

କିମ୍ବଦନ୍ତୀ ଧାବିକା ପିଟି ଉଷାଙ୍କୁ ବଡ଼ ଦାୟିତ୍ଵ। ଦୌଡ଼ ରାଣୀ ହେବେ ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ)ର ପ୍ରଥମ ମହିଳା ଅଧ୍ୟକ୍ଷା।

ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ହେବାକୁ ଯାଉଛନ୍ତି ଦୌଡ଼ ରାଣୀ ପିଟି ଉଷା। ଆଇଓଏ ଅଧ୍ୟକ୍ଷ ପଦବୀ ନିର୍ବାଚନ ଲାଗି ରବିବାର ଦିନ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏହି ପଦବୀ ପାଇଁ କେବଳ ପିଟି ଉଷା ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ସେ ଅଧ୍ୟକ୍ଷ ହେବା ଏକ ପ୍ରକାର ସୁନିଶ୍ଚିତ ହୋଇଛି। ଆଇଓଏର ୯୫ ବର୍ଷର ଇତିହାସରେ ପିଟି ଉଷା ଅଧ୍ୟକ୍ଷ ପଦବୀ ସମ୍ଭାଳିବାରେ ପ୍ରଥମ ଅଲିମ୍ପିଆନ୍ ହେବେ।

ପିଟି ଉଷାଙ୍କ ସହ ବିଭିନ୍ନ ପଦବୀ ଲାଗି ୧୪ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆସନ୍ତା ଡିସେମ୍ବର ୧୦ ତାରିଖରେ ଏହି ସବୁ ପଦବୀ ପାଇଁ ନିର୍ବାଚନ ହେବ।

ଏସିଆନ୍ ଗେମ୍ସରେ ଗୋଟିଏ ପରେ ଗୋଟିଏ ପଦକ ହାସଲ କରିଥିଲେ ଦୌଡ଼ ରାଣୀ

ପିଟି ଉଷା ‘ପାୟୋଲି ଏକ୍ସପ୍ରେସ’ ଭାବେ ଜଣାଶୁଣା। ୧୯୮୨ରୁ ୧୯୯୪ ମସିହା ପର୍ଯ୍ୟନ୍ତ ଏସିଆନ୍ ଗେମ୍ସରେ ୪ଟି ସ୍ଵର୍ଣ୍ଣ ପଦକ ସହ ମୋଟ ୧୧ଟି ପଦକ ହାସଲ କରିଥିଲେ ପିଟି ଉଷା। ୧୯୮୬ ମସିହାରେ ସିଓଲ ଏସିଆନ୍ ଗେମ୍ସରେ ୪ଟି ଯାକ ସ୍ଵର୍ଣ୍ଣ ପଦକ ଜିତିଥିଲେ ଦୌଡ଼ ରାଣୀ। ୧୯୮୨ ନୂଆ ଦିଲ୍ଲୀଠାରେ ଅନୁଷ୍ଠିତ ୧୦୦ ମିଟର ଏବଂ ୨୦୦ ମିଟରରେ ରୌପ୍ୟ ପଦକ ହାସଲ କରିଥିଲେ। ୧୯୮୩ରୁ ୧୯୯୮ ମସିହା ମଧ୍ୟରେ ଏସିଆନ ଚାମ୍ପିୟନସିପରେ ମୋଟ ୨୩ଟି ପଦକ ବିଜେତା ହୋଇଥିଲେ ପିଟି ଉଷା।

Tags: #Sports #PTUsha #IOA #IndianOlympicAssociation #President

Comment