ଓଡ଼ିଶାଲାଇଭ୍ ବ୍ୟୁରୋ

ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଫେଡେରେସନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ(ଫିକି)ର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଓଡ଼ିଆ ଭାବେ ସେ ‘ଫିକି’ର ଅଧ୍ୟକ୍ଷ ଭାବେ ଦାୟିତ୍ଵ ନିର୍ବାହ କରିବେ। ବୁଧବାର ଦିନ ମୁମ୍ୱାଇଠାରେ ଅନୁଷ୍ଠିତ ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ତାଙ୍କ ନାଁ ଘୋଷଣା କରାଯାଇଛି। ଶୁଭ୍ରକାନ୍ତ ପଣ୍ଡା ଦୀର୍ଘ ୨୦ ବର୍ଷ ଧରି ‘ଫିକି’ର ବିଭିନ୍ନ କାର୍ଯ୍ୟ ସହିତ ଜଡ଼ିତ ଅଛନ୍ତି।

ଆସନ୍ତା ଡିସେମ୍ୱର ମାସ ୧୬ ଓ ୧୭ ତାରିଖରେ ହେବାକୁ ଥିବା ଫିକିର ୯୫ତମ ବାର୍ଷିକ ସାଧାରଣ ବୈଠକରେ ସେ ‘ଫିକି’ର ଅଧ୍ୟକ୍ଷ ଥିବା ସଞ୍ଜୀବ ମେହେଟ୍ଟାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। ଶୁଭ୍ରକାନ୍ତ ପଣ୍ଡା ‘ଫିକି’ର ସିନିୟର ଭାଇସ୍‌ ପ୍ରେସିଡେଣ୍ଟ ଭାବେ କାର୍ଯ୍ୟ କରୁଥିଲେ।

Tags: #SubhrakantPanda #FICCI #President #NewPresidentofFICCI

Comment