ଓଡ଼ିଶାଲାଇଭ୍ ବ୍ୟୁରୋ

ଗଜପତି ମହାରାଜ ଦିବ୍ୟସିଂହ ଦେବ ସୋମବାର ଦିନ ଭୁବନେଶ୍ୱର ସ୍ଥିତ ନାଲ୍‌କୋ ନିଗମ କାର୍ଯ୍ୟାଳୟକୁ ଗସ୍ତ କରି କମ୍ପାନିର ଅଧ୍ୟକ୍ଷ, ନିର୍ଦ୍ଦେଶକ ଏବଂ ବରିଷ୍ଠ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ। ନାଲ୍‌କୋ ଅନ୍ତର୍ଜତୀୟ ସ୍ତରରେ ସଫଳତା ହାସଲ କରିଥିବାରୁ  ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ଏବଂ ଅନ୍ୟ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ବରିଷ୍ଠ ଅଧିକାରୀ।

ପୁରୀକୁ ଏକ ସ୍ୱଚ୍ଛ ଆଇକନିକ ସ୍ଥାନ ଭାବେ ବିକଶିତ କରିବା ତଥା ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଅଅଯାଇଥିବାରୁ ଗଜପତି ମହାରାଜ ନାଲ୍‌କୋ, ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଥିଲେ।

ଏହାସହ ଗଜପତି ମହାରାଜ ପୁରୀକୁ ପର୍ଯ୍ୟଟନ ଓ ତୀର୍ଥ ମାନଚିତ୍ରରେ ଏକ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଶ୍ରୀମନ୍ଦରିର ଚାରିପଟେ କରିଡର୍ ବିକାଶ, ଗୁଣ୍ଡିଚା ମନ୍ଦିର, ବଡ଼ଦାଣ୍ଡ, ଜଗନ୍ନାଥ ବଲ୍ଲଭ ମଠ ଅଞ୍ଚଳ ଏବଂ ଅଠର ନଳାର ବିକାଶ ଓ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦେଇଥିଲେ  ଗଜପତି ମହାରାଜ।

ଏହି ଅବସରରେ ନାଲ୍‌କୋ ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ଗଜପତି ମହାରାଜଙ୍କୁ ସ୍ୱାଗତ ଜଣାଇ ଏକ ଚାରା ପ୍ରଦାନ କରିଥିଲେ।

Comment