ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କ ବାଜିମାତ୍। ହରିବଂଶ ନାରାୟଣ ସିଂହ ହେଲେ ରାଜ୍ୟସଭାର ନୂଆ ଉପାଧ୍ୟକ୍ଷ। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିକେ ହରିପ୍ରସାଦଙ୍କୁ ହରାଇଛନ୍ତି ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ।
ଏନଡିଏ ପ୍ରାର୍ଥୀଙ୍କୁ ୧୨୫ଖଣ୍ଡ ଭୋଟ ମିଳିଥିବାବେଳେ କଂଗେସ ପ୍ରାର୍ଥୀଙ୍କୁ ମିଳିଛି ୧୦୫ଖଣ୍ଡ ଭୋଟ। ହରିବଂଶଙ୍କୁ ଜିତିବା ପାଇଁ ୧୧୯ ଖଣ୍ଡ ଭୋଟ ଆବଶ୍ୟକ ଥିବାବେଳେ ତାଙ୍କୁ ମିଳିଥିଲା ୧୨୫ ଖଣ୍ଡ ଭୋଟ।
ହରିବଂଶ ନାରାୟଣ ସିଂହ ହେଲେ ରାଜ୍ୟସଭାର ନୂଆ ଅଧ୍ୟକ୍ଷ ହେଲେ ଘୋଷଣା କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ। ଗୁରୁବାରଦିନ ଅନୁଷ୍ଠିତ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଛି ବିଜେଡି।
ଗୁରୁବାରଦିନ ପୂର୍ବାହ୍ନ ୧୧.୩୦ରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।ଶାସକ ଏନ୍ଡିଏ ଓ ବିରୋଧୀ ମେଣ୍ଟ ଏହି ଶକ୍ତି ପରୀକ୍ଷା ପୂର୍ବରୁ ରାଜନୀତି ସରଗରମ ଥିଲା
୬୪ ବର୍ଷୀୟ ହରିପ୍ରସାଦ କର୍ଣ୍ଣାଟକରୁ ରାଜ୍ୟସଭା ସାଂସଦ ଅଛନ୍ତି। ଅନ୍ୟ ବିରୋଧୀ ଦଳଗୁଡ଼ିକ ସେମାନଙ୍କ ପ୍ରାର୍ଥୀ ଦେବାକୁ ମନା କରିବା ପରେ ଶେଷରେ କଂଗ୍ରେସ ଏହି ନିଷ୍ପତ୍ତି ନେଇଥିଲା।
ନିର୍ବାଚନ ପୂର୍ବରୁ ଏନ୍ଡିଏ ପ୍ରାର୍ଥୀ ଜେଡି(ୟୁ) ସାଂସଦ ହରିବଂଶ ନାରାୟଣ ସିଂହ ଏବେ ସୁବିଧାଜନକ ସ୍ଥିତିରେ ଥିଲେ। ବିଜେଡିର ସମର୍ଥନ ପରେ ଏନ୍ଡିଏର ସ୍ଥିତି ସୁଦୃଢ଼ ଥିଲା।
ଏନ୍ସିପି ସାଂସଦ ବନ୍ଦନା ଚୌହାନ୍ ବିରୋଧୀଙ୍କ ପ୍ରାର୍ଥୀ ହେବେ ବୋଲି କୁହାଯିବା ପରେ ଏହାକୁ ନେଇ ବିରୋଧୀ ମେଣ୍ଟ ଦ୍ୱନ୍ଦ୍ୱ ଉପୁଜିଥିଲା।
ଶେଷରେ କଂଗ୍ରେସ ସାଂସଦ ବି କେ ହରିପ୍ରସାଦଙ୍କୁ ପ୍ରାର୍ଥୀ କରିବା ଲାଗି ଦଳ ପକ୍ଷରୁ ଘୋଷଣା କରାଯିବା ପରେ ତାଙ୍କ ବିଜୟ ପାଇଁ ଏବେ ସମର୍ଥନ ଯୋଗାଡ଼ ନିମନ୍ତେ ତତ୍ପରତା ପ୍ରକାଶ ପାଇଥିଲା। କିନ୍ତୁ ନିର୍ବାଚନର ଫଳାଫଳ ଏନଡିଏ ସପକ୍ଷରେ ଯାଇଛି।














