ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହକୁ ସମର୍ଥନ କରିବାକୁ ନବୀନଙ୍କୁ ଅନୁରୋଧ କଲେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର। ଶୁକ୍ରବାର ନବୀନଙ୍କୁ ଫୋନ୍ କରି ନୀତିଶ କଥା ହେବା ସହିତ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ସମର୍ଥନ ପାଇଁ କହିଛନ୍ତି।

ଚଳିତବର୍ଷ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହକୁ ଏନଡିଏ ପ୍ରାର୍ଥୀ କରିଛି। ଅନ୍ୟପଟେ ବିରୋଧୀ ଦଳର ପ୍ରାର୍ଥୀଭାବେ ଡିଏମକେ ସାଂସଦ ତିରୁଚି ଶିବା ଠିଆ ହୋଇଛନ୍ତି।BGUଆସନ୍ତା ସେପ୍ଟେମ୍ବର ୧୪ ତାରିଖରେ ସଂସଦର ଅଧିବେଶନ ଆରମ୍ଭ ହେଉଥିବାବେଳେ ସେହିଦିନ ଅପରାହ୍ଣରେ ହିଁ ଉପାଧ୍ୟକ୍ଷ ନିର୍ବାଚିତ ହେବେ। ଯେଉଁଥିରେ ଏନଡିଏ ନିଜ ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ ଲକ୍ଷ୍ୟ ରଖିଛି।

ଏହା ପୂର୍ବରୁ ମଧ୍ୟ ହରିବଂଶ ରାଜ୍ୟସଭାର ଉପାଧ୍ୟକ୍ଷ ରହିଥିଲେ। ଯାହାକୁ ବିଜେଡି ସମର୍ଥନ ଜଣାଇଥିଲେ। ଏହାପରେ ଗତ ଏପ୍ରିଲରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲେ। ହେଲେ ଜେଡିୟୁ ପକ୍ଷରୁ ତାଙ୍କୁ ପୁଣିଥରେ ପ୍ରାର୍ଥୀ କରାଯିବାପରେ ଏନଡିଏ ମଧ୍ୟ ଏହାକୁ ସମର୍ଥନ ଜଣାଇଥିଲା।

ଅନ୍ୟପଟେ ନବୀନ ଏଥର ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ କାହାକୁ ସମର୍ଥନ ଜଣାଇବେ ସେନେଇ କୌଣସି ସୂଚନା ମିଳିନାହିଁ।

Comment