ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ପାଇଁ ସରିଛି ନିର୍ବାଚନ। ହରିବଂଶ ନାରାୟଣ ସିଂହ ହୋଇଛନ୍ତି ରାଜ୍ୟସଭାର ନୂଆ ଉପାଧ୍ୟକ୍ଷ।

ରାଜ୍ୟସଭାର ଉପାଧ୍ୟକ୍ଷ ଚୟନ ପ୍ରକ୍ରିୟା ଆଜିକୁ ପ୍ରାୟ ୪୯ବର୍ଷ ପୂର୍ବରୁ ହୋଇଥିଲା। ପୂର୍ବରୁ ନିର୍ବାଚନ କରାଯାଉନଥିଲା ପ୍ରଥମେ ସର୍ବସମ୍ମତି କ୍ରମେ ରାଜ୍ୟସଭାର ଉପାଧ୍ୟକ୍ଷ ଚୟନ କରାଯାଉଥିଲା।

୧୯୫୨ରେ କଂଗ୍ରେସ ପକ୍ଷରୁ ଏସ୍‌ ବି କୃଷ୍ଣମୂର୍ତ୍ତିଙ୍କୁ ଏହି ପଦବୀ ପାଇଁ ଚୟନ କରାଯାଇଥିଲା। ସେ ୧୯୫୨-୫୬ ଏବଂ ୧୯୫୬-୬୨ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିଲେ।

ତାଙ୍କ ପରେ ବାୟଲେଟ ଅଲ୍‌ବା ମଧ୍ୟ ୨ ଥର ନିର୍ଦ୍ୱନ୍ଦରେ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।

ତେବେ ୧୯୬୯ର ଏହି ପରମ୍ପରା ଭଙ୍ଗ ହୋଇଥିଲା। ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆର ବିଡି ଖୋବରାଗଡେ ପ୍ରତିଦ୍ୱନ୍ଦ୍ୱିତା ମାଧ୍ୟମରେ ଏଥିରେ ବିଜୟୀ ହୋଇଥିଲେ।

ଏହାପରେ ଏହି ସାମ୍ବିଧାନିକ ପଦବୀ ପାଇଁ ଏଥରକୁ ମିଶାଇ ୨୦ ଥର ନିର୍ବାଚନ ଅନୁଷ୍ଠିତ ହୋଇଛି। ୨୦୧୨ ଅଗଷ୍ଟରେ କଂଗ୍ରେସ ପ୍ରାର୍ଥୀ ପିଜେ କୁରିୟନ୍‌ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ସେ ଜୁଲାଇ ୧ରେ ଅବସର ନେବା ପରେ ଏହି ପଦବୀ ଖାଲି ପଡ଼ିଥିଲା।

ହରିବଂଶ ନାରାୟଣ ସିଂହ ହୋଇଛନ୍ତି ରାଜ୍ୟସଭାର ନୂଆ ଉପାଧ୍ୟକ୍ଷ। ରାଜ୍ୟସଭାର ଉପାଧ୍ୟକ୍ଷ ୬ ବର୍ଷ ଧରି ନିର୍ବାଚିତ ହୋଇଥାନ୍ତି।

Comment