ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶ ବିଦେଶର ପୁଞ୍ଜି ନିବେଶକରୀଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରୟାସ ଜାରି ରଖିଛନ୍ତି। ମୁମ୍ବାଇରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ ପାଇଁ  ରୋଡ୍‌ ସୋ’ କରିବା ପରେ ଚୀନରେ ଆଉ ଏକ ରୋଡ ସୋ’ ଆୟୋଜନ କରାଯିବ ବୋଲି ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି।

ଚୀନ ଫୁଜିଅନର ୬ ଜଣିଆ ପ୍ରତିନିଧି ଦଳ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଶିଳ୍ପମନ୍ତ୍ରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ପ୍ରତିନିଧି ଦଳ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ନଭେମ୍ବରରେ ହେବାକୁ ଥିବା ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ରେ ସାମିଲ୍ ହେବାକୁ ଅନୁରୋଧ କରିଛନ୍ତି।

ଅଗଷ୍ଟ ୩୧ରେ ଶିଳ୍ପମନ୍ତ୍ରୀ ଅନନ୍ତ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଚୀନ ଗସ୍ତରେ ଯିବେ। ଏହି ଟିମରେ ୭ ଜଣ ପ୍ରତିନିଧି ରହିବେ। ଚୀନରେ ପୁଞ୍ଜି ନିବେଶକାରୀଙ୍କ ସହ ଏମାନେ ଆଲୋଚନା କରିବେ। ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ରୋଡ୍ ସୋ’ କରାଯିବ।

କିଛିଦିନ ତଳେ ମୁମ୍ବାଇରେ ହାଇଥିବା ଇନଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ଶିଳ୍ପପତିମାନଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହାସହ ରୋଡ୍‌ ସୋ’ରେ ମଧ୍ୟ ଭାଗ ନେଇଥିଲେ ମୁଖ୍ୟମନ୍ତ୍ରୀ।

Comment