ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆନ୍ତର୍ଜାତୀୟ ପର୍ଣ୍ଣଷ୍ଟାରରୁ ବଲିଉଡ ଷ୍ଟାର୍‌ ବନିଥିବା ଅଭିନେତ୍ରୀ ସନ୍ନି ଲିଓନ ଏବେ ନିଜର ବାୟୋପିକ୍‌ ଫିଲ୍ମ ‘କରଣଜିତ୍‌: ଦ ଅନ୍‌ଟୋଲ୍‌ଡ ଷ୍ଟୋରି ଅଫ୍‌ ସନ୍ନି ଲିଓନ୍‌’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ନିଜେ ସନ୍ନି ଲିଓନ୍‌ ଟାଇଟଲ୍‌ ରୋଲ୍‌ରେ ନଜର ଆସିଛନ୍ତି।

ସନ୍ନିଙ୍କ ପ୍ରଥମ ରୋଜଗାର

ଡିଜିଟାଲ୍‌ ଫର୍ମରେ ରିଲିଜ୍‌ ହୋଇଥିବା ଏହି ୱେବ୍‌ ସିରିଜରେ ସନ୍ନି ଲିଓନଙ୍କ ଜୀବନର ଅନେକ କଥାର ଖୁଲାସା ହୋଇଛି। ଏମିତି ଏକ କଥା ହେଲା ତାଙ୍କର ପ୍ରଥମ ରୋଜଗାର। ଯେତେବେଳେ ସନ୍ନି ଲିଓନ କାମ କରିବା ଆରମ୍ଭ କରିଥିଲେ, ସେତେବେଳେ ତାଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା। ଘର ଚଳାଇବା ପାଇଁ ସନ୍ନିଙ୍କ ମା’ ନିଜର ମଙ୍ଗଳସୂତ୍ରକୁ ବନ୍ଧା ପକାଇଥିଲେ।ସନ୍ନି ନିଜର ପ୍ରଥମ ରୋଜଗାରରେ ମାଆଙ୍କର ବନ୍ଧା ପଡ଼ିଥିବା ମଙ୍ଗଳସୂତ୍ର ମୁକୁଳାଇଥିଲେ।

ଏବେ ଆପଣ ଜାଣିବାକୁ ଚାହିଁବେ ତାଙ୍କୁ ପ୍ରଥମ ରୋଜଗାରରେ କେତେ ଟଙ୍କା ମଳିଥିଲା?

ସନ୍ନି ଲିଓନ୍‌ ‘ପେଣ୍ଟହାଉସ୍’ ମାଗାଜିନ୍‌ ପାଇଁ ବୋଲ୍ଡ ଫଟୋ ସୁଟ୍‌ କରି ଏକ ହଜାର ଡଲାର ପାଇଥିଲେ। ଏହା ଥିଲା ତାଙ୍କର ପ୍ରଥମ ଆୟ। ଏଥିରୁ ୪୦୦ ଡଲାର୍ ନେଇ ସେ ମା’ଙ୍କର ମଙ୍ଗଳସୂତ୍ରକୁ ମୁକୁଳାଇଥିଲେ।

ଆଡଲ୍ ମାଗାଜିନ୍ପାଇଁ ଫଟୋସୁଟ୍

ସେତେବେଳକୁ ସନ୍ନିଙ୍କ ବାପା-ମା’ ଜାଣିନଥିଲେ ଯେ ଝିଅ ବୋଲ୍ଡ ଫଟୋ ସୁଟ୍ କରି ଅର୍ଥ ରୋଜଗାର କରୁଛି। ‘ପେଣ୍ଟହାଉସ’ ପରେ ସନ୍ନିଙ୍କ ପାଖକୁ ବିଭିନ୍ନ ମାଗାଜିନ୍‌ ପାଇଁ ବୋଲ୍‌ଡ ଫଟୋ ସୁଟ୍‌ର ଅଫର୍‌ ଆସିଥିଲା। ଏଥିମଧ୍ୟରୁ ସେ ‘ଚେରି’ ଓ ‘ବିଷ୍ଟିକ୍‌’ ମାଗାଜିନ୍‌ ପାଇଁ ମଧ୍ୟ ହଟ୍‌ ଫଟୋ ଉଠାଇଥିଲେ। ସନ୍ନି ଲିଓନ୍‌ ଏହାପରେ ମଡେଲିଂ ଆରମ୍ଭ କରିଥିଲେ। କେତେକ ନାମୀ ବ୍ରାଣ୍ଡ ପାଇଁ ମଡେଲିଂ ମଧ୍ୟ କରିଥିଲେ ପରେ ସନ୍ନି ଲିଓନ୍ ପର୍ଣ୍ଣଇଣ୍ଡଷ୍ଟ୍ରିକୁ ଆସିଥିଲେ।

ସନ୍ନିଙ୍କ ପର୍ଣ୍ଣଇଣ୍ଡଷ୍ଟ୍ରିରେ ଯାତ୍ରା

ସନ୍ନି ଲିଓନ୍‌ ମଡେଲିଂ କରୁଥିବା ସମୟରେ ହିଁ ପର୍ଣ୍ଣ ଇଣ୍ଡଷ୍ଟ୍ରି ସମ୍ପର୍କରେ ଜାଣିବାକୁ ପାଇଲେ। ଏଥିରେ ପାଦ ଥାପିଲେ ତାଙ୍କୁ ପ୍ରଚୁର ଅର୍ଥ ମିଳିବ ବୋଲି ବି ସେ ଜାଣିଲେ।

ଏଥର ଆଉ ସେ ଘରେ ଏକଥା ଲୁଚାଇଲେ ନାହିଁ। ମା’ଙ୍କୁ ସନ୍ନି ଜଣାଇଥିଲେ ଯେ ସେ ଜଣେ ପର୍ଣ୍ଣଷ୍ଟାର ହେବାକୁ ଚାହାଁନ୍ତି। ଏ କଥାକୁ ତାଙ୍କ ମାଆ ସମ୍ମତି ଜଣାଇଲେ, ହେଲେ ବାପା ବିରୋଧ କରିଥିଲେ। ହେଲେ ଏହାକୁ ଖାତିର୍‌ ନ କରି ମାତ୍ର ଉଣେଇଶି ବର୍ଷ ବୟସରେ ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ। ସନ୍ନି ଲିଓନଙ୍କ ଅନୁଯାୟୀ ସେ ମାତ୍ର ଷୋହଳ ବର୍ଷ ବୟସରେ ନିଜର ଭିର୍ଜିନିଟି ହରାଇସାରିଥିଲେ।

ସନ୍ନି ଲିଓନଙ୍କର ଡିମାଣ୍ଡ ଏହି ଶିଳ୍ପରେ ବଢ଼ିବାରେ ଲାଗିଥିଲା ଓ ସେ ବନିଯାଇଥିଲେ ଇଣ୍ଟରନେସନାଲ୍‌ ପର୍ଣ୍ଣଷ୍ଟାର। ଏହି ସମୟରେ ତାଙ୍କ ସ୍ୱାମୀ ଡାନିଏଲ ୱେବର୍‌ ତାଙ୍କର ସହାୟତା କରିଥିଲେ।

ବିଗ୍ବସ୍ପ୍ରତିଯୋଗୀ ହେଲେ ସନ୍ନି

ପର୍ଣ୍ଣଶିଳ୍ପରେ ସଫଳତାର ଶୀର୍ଷରେ ପହଞ୍ଚିବା ପରେ ସନ୍ନି ଲିଓନଙ୍କୁ କଲର୍ସ (ହିନ୍ଦୀ) ଚ୍ୟାନେଲ୍‌ରେ ପ୍ରସାରିତ ‘ବିଗ୍‌ବସ’ ରିଆଲିଟି ସୋ’ରେ ପ୍ରତିଯୋଗୀ ହେବାରେ ଅଫର୍‌ ଆସିଲା। ଏହାକୁ ସେ ସ୍ୱୀକାର କରିଥିଲେ।

ବିଗ୍‌ବସ୍‌ ସୋ’ ତାଙ୍କ ପାଇଁ ବଲିଉଡର ରାସ୍ତା ଖୋଲିଥିଲା

ସନ୍ନିଙ୍କୁ ମହେଶ ଭଟ୍ଟଙ୍କ ଅଫର୍

‘ବିଗ୍‌ବସ୍‌’ ରିଆଲିଟି ସୋ’ର ପ୍ରସାରଣ ଚାଲିଥିବା ବେଳେ ହିଁ ପ୍ରଖ୍ୟାତ ନିର୍ମାତା- ନିର୍ଦ୍ଦେଶକ ମହେଶ ଭଟ୍ଟ ସନ୍ନି ଲିଓନଙ୍କୁ ଏକ ହିନ୍ଦୀ ଫିଲ୍ମର ଅଫର୍‌ ଦେଇଥିଲେ। ତାହା ହେଲା ‘ଜିସ୍‌ମ ୨’। ଏହା ପରେ ସେ ‘ଜାକ୍‌ପଟ୍‌’, ‘ରାଗିଣୀ ଏମ୍‌ଏସ୍‌ଏସ-୨’, ‘ଏକ୍‌ ପହେଲି ଲୀଲା’ ଆଦି ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି। ତା’ ଛଡ଼ା ସେ ବେଶ୍‍ କେତୋଟି ସିନେମାରେ ମଧ୍ୟ ଆଇଟମ୍‌ ଗର୍ଲ ବନିଛନ୍ତି।

ଟଙ୍କା ନୁହେଁ, ସମ୍ମାନ ପାଇଁ ବାୟୋପିକରେ କାମ କରିଛି: ସନ୍ନି ଲିଓନି

ୱେବ ସିରିଜ ’କରନଜିତ୍‍ କୌର – ଦ ଅନଟୋଲଡ ଷ୍ଟୋରି ଅଫ୍‍ ସନ୍ନି ଲିଓନ’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ବଲିଉଡର ହଟ୍‍ ନାୟିକା ସନ୍ନି ଲିଓନି। ନିକଟରେ ଏହି ବାୟୋପିକକୁ ନେଇ ସନ୍ନିଙ୍କୁ କିଛି ପ୍ରଶ୍ନ କରାଯାଇଥିଲା। ନିଜର ଇମେଜ୍‌ରେ ପରିବର୍ତ୍ତନ ଆଣିବାକୁ ସେ ଏହି ବାୟୋପିକରେ କାମ କରୁଥିବା ନେଇ ପ୍ରଶ୍ନ କରାଯିବାରୁ ଉତ୍ତରରେ ସନ୍ନି କହିଥିଲେ, “ଟଙ୍କା ନୁହେଁ, ସମ୍ମାନ ପାଇଁ ବାୟୋପିକରେ କାମ କରିଛି”।

ଏହି ବାୟୋପିକରେ ସନ୍ନିଙ୍କ ଭୂମିକାରେ ସେ ନିଜେ ଅଭିନୟ କରିଛନ୍ତି। ପ୍ରଥମ ଥର ପାଇଁ କୌଣସି କଳାକାର ନିଜ ବାୟୋପିକରେ ନିଜେ ଅଭିନୟ କରିଛନ୍ତି। ପର୍ଣ୍ଣ ଷ୍ଟାରରୁ ବଲିଉଡ୍‌ ଅଭିନେତ୍ରୀ ହୋଇଥିବା ସନ୍ନି ଲିଓନୀଙ୍କ ଜୀବନ କାହାଣୀକୁ ନେଇ ତିଆରି ହୋଇଛି ଏହି ବାୟୋପିକ୍‌। ସନ୍ନିଙ୍କ ଜୀବନର ଅନେକ ଅଜଣା କଥା ବିଷୟରେ ତାଙ୍କ ଫ୍ୟାନମାନେ ଜାଣିବାକୁ ପାଇବେ ଏହି ସିରିଜ ମାଧ୍ୟମରେ।

Comment