ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ କ୍ରିକେଟର ଅଜିତ ଓ୍ଵାଡେକରଙ୍କର ୭୭ ବର୍ଷ ବୟସରେ ମୁମ୍ବାଇରେ ପରଲୋକ ଘଟିଛି। ସେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଥିଲେ।

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ଅଜିତ ୱାଡେକରଙ୍କ ୭୭ ବର୍ଷ ବୟସରେ ମୁମ୍ବାଇର ଜସ୍‌ଲୋକ୍‌ରେ ପରଲୋକ ଘଟିଛି। ସେ ଦୀର୍ଘଦିନରୁ ଅସୁସ୍ଥ ଥିଲେ। ଭାରତୀୟ କ୍ରିକେଟ୍‌ ଟିମ୍‌ରେ ସଫଳ ଅଧିନାୟକଙ୍କ ମଧ୍ୟରେ ତାଙ୍କୁ ଗଣତି କରାଯାଇଥାଏ।

୧୯୪୧, ଏପ୍ରିଲ ୧ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୧୯୫୮ରେ ସେ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିବା ଆରମ୍ଭ କରିଥିଲେ।

୧୯୬୬ ମସିହାରେ ମୁମ୍ବାଇଠାରେ ସେ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ଅନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ କରିଥିଲେ। ଏହି ମହାନ କ୍ରିକେଟ୍‌ର ଦେଶ ପାଇଁ ୧୯୬୬ରୁ ୧୯୭୪ ପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳିଥିଲେ।

ଅଜିତ ୱାଡେକର ଟେଷ୍ଟରେ ୩୧.୦୭ ହାରରେ ମୋଟ ୨,୧୧୩ ରନ କରିଥିଲେ। ସେଥିରେ ଗୋଟିଏ ଶତକ ମଧ୍ୟ ସାମିଲ ଅଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ୧୪୩ ସ୍କୋର କରିଥିଲେ। ସେ ୩ଥର ନର୍ଭସ ନାଇନଟିଜ୍‌ରେ ଆଉଟ୍ ହୋଇଥିଲେ।

ବାମହାତୀ ବ୍ୟାଟ୍ସମ୍ୟାନ ଅଜିତଙ୍କର ନେତୃତ୍ୱରେ ୧୯୭୧ ମସିହାରେ ଭାରତ ଓ୍ଵଷ୍ଟଇଣ୍ଡିଜ୍‌ ଓ ଇଂଲଣ୍ଡ ବିରୋଧରେ ଟେଷ୍ଟ ସିରିଜ୍‌ ବିଜୟ ଲାଭ କରି ନୂଆ ଇତିହାସ ରଚିଥିଲା।

ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି, “ଭାରତୀୟ କ୍ରିକେଟ୍‌ରେ ଅଜିତ ୱାଡେକରଙ୍କ ଅବଦାନକୁ ସବୁଦିନ ମନେ ପକାଯିବ। ସେ ଜଣେ ମହାନ ବ୍ୟାଟ୍ସମ୍ୟାନ୍‌ ଓ ଭଲ ଅଧିନାୟକ ଥିଲେ। ସେ ଆମ ଟିମ୍ର ନେତୃତ୍ୱ ନେଇ ଆମ କ୍ରିକେଟ୍‌ ଇତିହାସକୁ ସ୍ମରଣୀୟ କରିଛନ୍ତି। ଜଣେ ପ୍ରଭାବଶାଳୀ କ୍ରିକେଟ୍‌ ପ୍ରଶାସକ ଭାବେ ମଧ୍ୟ ତାଙ୍କର ବହୁତ ଯୋଗଦାନ ରହିଛି। ତାଙ୍କ ପରଲୋକ ଗଭୀର ଦୁଃଖ ଦେଇଛି।”

ତାଙ୍କ ବିୟୋଗରେ ଜାତୀୟ ଓ ଆନ୍ତର୍ଜାତୀୟ ଖେଳ ପରିସରରେ ଶୋକର ଛାୟା ଖେଳିଯାଇଛି।

Comment