ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବାକୁ ବୁଧବାରଦିନ ଅପରାହ୍ଣରେ ନୂଆଦିଲ୍ଳୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ଗତ ୯ ସପ୍ତାହ ଧରି ଦିଲ୍ଲୀର ଏମ୍‌ସରେ ଚିକିତ୍ସିତ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂଙ୍କଟାପନ୍ନ ରହିଛି। ତାଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯାଇଛି।

ବାଜପେୟୀଙ୍କୁ ଭେଟିବା ପାଇଁ ଗୁରୁବାରଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ଣରେ ଦିଲ୍ଲୀ ଯାଉଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଅଟଳବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଶୁଣି ମର୍ମାହତ। ତାଙ୍କ ପ୍ରଧାନମନ୍ତ୍ରୀତ୍ୱରେ ଦୁଇ ବର୍ଷ ପାଇଁ କେନ୍ଦ୍ର ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛି। ସେ ଜଣେ ମହାନ ବ୍ୟକ୍ତିତ୍ଵ। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆଶା କରୁଛି ଶୀଘ୍ର ସୁଧାର ଆସିବ”।

ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ନବୀନ ପଟ୍ଟନାୟକ ଆସ୍କା ଲୋକସଭା ଆସନରୁ ନିର୍ବାଚିତ ହୋଇ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରରେ ଖଣି ଓ ଇସ୍ପାତ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟର ଦାୟିତ୍ଵରେ ଥିଲେ ନବୀନ।

ଏମ୍ସ ହସ୍ପିଟାଲରେ ବାଜପେୟୀଙ୍କୁ ଭେଟିବାକୁ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ବ୍ୟତୀତ କେନ୍ଦମନ୍ତ୍ରୀ ସ୍ମୃତି ଇରାନୀ, ଗୃହମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପ୍ରମୁଖ ଦିଲ୍ଲୀ ଏମ୍ସରେ ପହଞ୍ଚି ବାଜପେୟୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଖବର ବୁଝିଛନ୍ତି।

Comment