ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସରକାର ବନ୍ୟା କ୍ଷତିଗ୍ରସ୍ତ କେରଳକୁ ୫ କୋଟି ଟଙ୍କାର ସହାୟତା ଦେବାକୁ ଗୁରୁବାର ଦିନ ଘୋଷଣା କରିଛନ୍ତି।
କେରଳକୁ ସହାୟତା ଦେଲା ଓଡ଼ିଶା। କେରଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଯାଇଛି ପ୍ରାୟ ୭୫ ଜଣ ଲୋକଙ୍କ ଜୀବନ। ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିବା କେରଳ ରାଜ୍ୟକୁ ସହାୟତା ଯୋଗାଇ ଦେବା ପାଇଁ ଆଗେଇ ଆସିଛନ୍ତି ବହୁ ରାଜ୍ୟ। ଏଥିରେ ସାମିଲ ହୋଇଛି ଓଡ଼ିଶା।
ଓଡ଼ିଶା ସରକାର ବନ୍ୟା କ୍ଷତିଗ୍ରସ୍ତ କେରଳକୁ ୫ କୋଟି ଟଙ୍କାର ସହାୟତା ଦେବାକୁ ଗୁରୁବାର ଦିନ ଘୋଷଣା କରିଛନ୍ତି। ସଚିବାଳୟରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ଆନ୍ଧ୍ର ପ୍ରଦେଶ ସରକାର ମଧ୍ୟ ସହାୟତା ରାଶି ପ୍ରଦାନ କରାଯାଇଥିଲା।














