ମାଲକାନଗିରିରୁ ଇଶ୍ଵର ପଟ୍ଟନାୟକ

ପୂର୍ବରୁ ଗର୍ଭବତୀ ମହିଳା ତଥା ରୋଗୀମାନଙ୍କୁ ଚିକିତ୍ସାଳୟରେ ପହଞ୍ଚାଇବାରେ ଯବାନମାନଙ୍କ ଭୂମିକା ଅନେକ ଦେଖିଛେ। ହେଲେ ଏବେ ଏମିତି ଆଉ ଘଟଣା ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଯବାନମାନଙ୍କୁ ସଲାମ ନକରି ରହିହେବନାହିଁ।

ମାଲକାନଗିରି : ନକ୍ସଲଙ୍କୁ ମୂଳପୋଛ କରି ମାଓମୁକ୍ତ ଅଞ୍ଚଳରେ ପରିଣତ କରିବା ପାଇଁ ମୁତୟନ ହୋଇଛନ୍ତି ଯବାନ। ହେଲେ ମାଓ ଅପରେସନରେ ମୁତୟନ ହୋଇଥିବା ଯବାନମାନେ ବେଳେବେଳେ ନିରୀହ ଆଦିବାସୀଙ୍କ ପାଇଁ ରକ୍ଷାକବଚ ବି ସାଜିଆସିଛନ୍ତି।

ପୂର୍ବରୁ ଗର୍ଭବତୀ ମହିଳା ତଥା ରୋଗୀମାନଙ୍କୁ ଚିକିତ୍ସାଳୟରେ ପହଞ୍ଚାଇବାରେ ଯବାନମାନଙ୍କ ଭୂମିକା ଅନେକ ଦେଖିଛେ। ହେଲେ ଏବେ ଏମିତି ଆଉ ଘଟଣା ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଯବାନମାନଙ୍କୁ ସଲାମ ନକରି ରହିହେବନାହିଁ। ଘଟଣା ହେଉଛି ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲାର।

ଗତ କିଛି ଦିନ ହେଲା ଲଗାତାର ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ସୁକୁମା ଜିଲ୍ଲାରେ। ଫଳରେ ଏବେବି ଅନେକ ଗ୍ରାମ ପାଣି ଘେରରେ ରହିଛି। କିଷ୍ଟାରାମ ଥାନା ଅନ୍ତର୍ଗତ ଧର୍ମପେଣ୍ଟା ନାମକ ଏକ ଗାଁର ପ୍ରାୟ ୪୦ ଜଣ ଆଦିବାସୀ ଲୋକେ ବନ୍ୟାରେ ଫସି ରହିଥିଲେ। ଅପରେସନକୁ ଯାଇଥିବା ଡିଆରଜି ଓ ଏସଟିଏଫ ଯବାନମାନେ କୌଣସି ସୂତ୍ରରୁ ଖବର ପାଇ ଗାଁରେ ପହଞ୍ଚିଥିଲେ।

ଗାଁ ନିକଟରେ ବୋହି ଯାଇଥିବା ନାଳରେ ବନ୍ୟାଜଳ ସ୍ତର ବଢ଼ିବା ଫଳରେ ଗ୍ରାମବାସୀ ପାର ହୋଇପାରୁନଥିଲେ। ମହିଳା ଓ ଛୋଟ ଛୁଆମାନେ ମଧ୍ୟ ବନ୍ୟାରେ ଫଶି ରହିଥିଲେ। ଯବାନମାନେ ଏକ ରଶି ସାହାଯ୍ୟରେ ଗାଁଲୋକଙ୍କୁ ନାଳ ପାର କରାଇଥିଲେ। ଫଳରେ ଗାଁବାସୀଙ୍କ ଜୀବନ ରକ୍ଷା ହୋଇପାରିଛି। ଯବାନମାନଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Comment