ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଓଡ଼ିଶା ଆସୁଛି ବାଜପେୟୀଙ୍କ ଚିତାଭସ୍ମ
  • ୨୨ ତାରିଖରେ ବିଜେପି ପାର୍ଟି ଅଫିସରେ ରଖାଯିବ
  • ୨୩ରେ ସମୁଦ୍ରରେ ବିସର୍ଜନ କରାଯିବ
  • ୨୪ରେ ଶ୍ରଦ୍ଧାଞ୍ଜଳି ସଭା

ଓଡ଼ିଶା ଆସୁଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ। ନୂଆଦିଲ୍ଲୀରୁ ଚିତାଭସ୍ମ ଆଣି ଭୁବନେଶ୍ୱର ଆସୁଛନ୍ତି ଓଡ଼ିଶା ନେତା। ୨୨ ତାରିଖରେ ବିଜେପି ପାର୍ଟି ଅଫିସରେ ପହଞ୍ଚିବ ଚିତାଭସ୍ମ। ରାତିରେ ପାର୍ଟି ଅଫିସରେ ଏହାକୁ ରଖାଯିବ। ୨୩ ତାରିଖରେ ଚିତାଭସ୍ମକୁ ପୁରୀ ନିଆଯିବ।

ଚିତାଭସ୍ମ ବିସର୍ଜନ ବେଳେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମଙ୍କ ସମେତ ଓଡ଼ିଶା ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ।

୨୪ ତାରିଖରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ। ଅପରାହ୍ଣ ୪ଟାରେ ପ୍ରଦର୍ଶନୀ ପଡ଼ିଆରେ ଏହି ସଭା ଅନୁଷ୍ଠିତ ହେବ। ସବୁ ଦଳର ନେତା ଯୋଗ ଦେବା ପାଇଁ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ନିବେଦନ କରିଛନ୍ତି।

Comment