ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମ୍ବକୋଇଲି ପିଠା ଖାଇ ଗୋଟେ ପରିବାରର ୩ଜଣଙ୍କ ମୃତ୍ୟୁ ଘଟଣାରେ ବୁଧବାରଦିନ ଗାଁରେ ଡାକ୍ତରୀ ଟିମ, ବିଡ଼ିଓ, ତହସିଲଦାର ପହଞ୍ଚି ସମସ୍ତଙ୍କ ଘରେ ଥିବା ଆମ୍ବ କୋଇଲି ଗୁଣ୍ଡ ଓ ତିଆରି ହୋଇଥିବା ପିଠା ସବୁକୁ ଜବତ କରିଛନ୍ତି।

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଗୁରୁସିଙ୍ଗା ପଞ୍ଚାୟତର ମଇନାପଦର ଗ୍ରାମରେ ଆମ୍ବକୋଇଲି ପିଠା ଖାଇ ଗୋଟେ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଥିଲା।

ଏହି ଖବର ପାଇବା ପରେ ବୁଧବାରଦିନ ଗାଁରେ ଡାକ୍ତରୀ ଟିମ , ବିଡ଼ିଓ, ତହସିଲଦାର ପହଞ୍ଚି ସମସ୍ତଙ୍କ ଘରେ ଥିବା ଆମ୍ବ କୋଇଲି ଗୁଣ୍ଡ ଓ ତିଆରି ହୋଇଥିବା ପିଠା ସବୁକୁ ଜବତ କରିଥିଲେ।

ମଇନାପଦର ଗ୍ରାମର ଡମ୍ବୁରୁ ସାନ୍ତାଙ୍କ ଦୁଇ ବୋହୂ ସୁଧାମଣି ସାନ୍ତା (୩୦), ପ୍ରମିଳା ସାନ୍ତା (୨୮) ଓ ଝିଅ ନମିତା ସାନ୍ତା (୧୬)ଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ଡ଼ମ୍ବୁରୁଙ୍କ ନାତି ପ୍ରକାଶ ସାନ୍ତା (୬) କୋରାପୁଟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ଡମ୍ବୁରୁ ଘରେ ଆମ୍ବକୋଇଲି ଗୁଣ୍ଡରେ ପିଠା ତିଆରି ହୋଇଥିଲା। ତାହାକୁ ସୁଧାମଣି ନମିତା, ପ୍ରକାଶ, ପ୍ରମିଳା ଖାଇଥିଲେ। ଅପର।ହ୍ନରେ ସମସ୍ତଙ୍କୁ ଝାଡ଼ାବାନ୍ତି ହେବା ସହ ମୁଣ୍ଡ ବୁଲାଇଥିଲା ଏବଂ ପରେ ଜିଭ ମଧ୍ୟ ଫୁଲି ଯାଇଥିଲା। ପରିବାର ଲୋକେ କିଏ ଗୁଣି କରିଦେଇଛି ଭାବି ଝଡା ଫୁଙ୍କ। ଆରମ୍ଭ କରିଥିଲେ। କିନ୍ତୁ ରାତିସାରା ସମସ୍ତଙ୍କୁ ବାନ୍ତି ହୋଇଥିଲା। ରାତି ପ୍ରାୟ ୨ଟା ସମୟରେ ନମିତାଙ୍କ ମୃତ୍ୟୁ ଘଟିଥିଲା।

ପରେ ଗାଁଠାରୁ ୮କିମି ଦୂର ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଟ୍ରାକ୍ଟର ଯୋଗେ ଅନ୍ୟ ୩ଜଣଙ୍କୁ ନିଆଯାଇଥିଲା। ଏହି ୮କିମି ରାସ୍ତା ମଧ୍ୟରୁ ୫କିମି କାଦୁଅ ପଚ ପଚ ରାସ୍ତା ହୋଇଥିବାରୁ ସେଠାରେ ପହଂଚିବା ବେଳକୁ ପ୍ରାୟ ୩ଟା ହୋଇଯାଇଥିଲା।

ଡାକ୍ତର ସେମାନଙ୍କୁ ତୁରନ୍ତ ନବରଙ୍ଗପୁର ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ। ନବରଙ୍ଗପୁର ଆସିବା ବାଟରେ ସୁଧାମଣିଙ୍କ ମୃତ୍ୟୁ ଘଟିଥିଲା। ପ୍ରମିଳା ଓ ପ୍ରକାଶଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନ ଘଟିବାରୁ ସେମାନଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପ୍ରମିଳାଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ପ୍ରକାଶ ସେଠାରେ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here