ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀରୁ ଆସିଲା ବିକାଶପୁରୁଷ ତଥା ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥିକଳସ। ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଅସ୍ଥିକଳସ ଧରି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଅସ୍ଥିକଳସକୁ ଏୟାରପୋର୍ଟରେ ବିଜେପି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ବାଜା ବଜାଇ ଅସ୍ଥିକଳସକୁ ବିଜେପି ପାର୍ଟି ଅଫିସକୁ ଅଣାଯାଇଛି। ଆଜି ରାତି ସାରା ପାର୍ଟି ଅଫିସରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଅସ୍ଥିକଳସ ରଖାଯାଇଛି।

ଗୁରୁବାର ସକାଳ ସାଢ଼େ ୯ଟାରେ ଅସ୍ଥିକଳସକୁ ପୁରୀ ଅଭିମୁଖେ ଶୋଭାଯାତ୍ରାରେ ନିଆଯିବ। ପୁରୀ ମହୋଦଧିରେ ଅସ୍ଥିକଳସ ବିସର୍ଜନ କରାଯିବ।

ଏହାସହ ବାଜପେୟୀଙ୍କ ଅସ୍ଥିକୁ ଦେଶର ୧୦୦ଟି ପ୍ରମୁଖ ନଦୀରେ ବିସର୍ଜନ କରାଯିବ। ଓଡ଼ିଶାର ୭ଟି ପ୍ରମୁଖ ନଦୀରେ ମଧ୍ୟ ଅସ୍ଥି ବସର୍ଜନ କରାଯିବ।

୨୪ ତାରିଖରେ ରାଜ୍ୟସ୍ତରୀୟ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା କରାଯିବ। ଏହାପରେ ବିଭିନ୍ନ ଜିଲ୍ଲା ଏବଂ ମଣ୍ଡଳ ସ୍ତରରେ ଶ୍ରଦ୍ଧାଞ୍ଜଳି ସଭା କରାଯିବ ବୋଲି ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି।

Comment