ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୪ ବିଧାୟକ ପାଇଲେ ‘ଶ୍ରେଷ୍ଠ ବିଧାୟକ’ ସମ୍ମାନ। ୨୦୦୯ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଦୀର୍ଘ ୮ ବର୍ଷର ଶ୍ରେଷ୍ଠ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିଛନ୍ତି।

ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡ଼ିଶା ବିଧାନସଭା ୨୪ଜଣ ବିଧାୟକଙ୍କୁ ‘ଶ୍ରେଷ୍ଠ ବିଧାୟକ’ ଭାବେ ଶୁକ୍ରବାର ଦିନ ପୁରସ୍କୃତ କରାଯାଇଛି। ୨୦୦୯ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଦୀର୍ଘ ୮ ବର୍ଷର ଶ୍ରେଷ୍ଠ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିଛନ୍ତି।

ରାଜ୍ୟ ବିଧାନସଭା ପକ୍ଷରୁ ଆୟୋଜିତ ପୁରସ୍କାର ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ପ୍ରଦୀପ ଅମାତ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ବିଧାୟକଙ୍କ ମଧ୍ୟରୁ କଂଗ୍ରେସ ଓ ବିଜେପିର ମାତ୍ର ଜଣେ ଲେଖାଏଁ ନେତା ରହିଛନ୍ତି।

୩ଟି ବର୍ଗ (ପଣ୍ଡିତ ନୀଳକଣ୍ଠ ସମ୍ମାନ, ଉତ୍କଳମଣି ଗୋପବନ୍ଧୁ ସମ୍ମାନ ଓ ଉତ୍କଳ ଗୌରବ ମଧୁସୂଦନ ସମ୍ମାନ)ରେ ଶ୍ରେଷ୍ଠ ବିଧାୟକମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।

ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନ

୨୦୦୯ – ବିଷ୍ଣୁ ଚରଣ ଦାସ, ୨୦୧୦- ଅରୁଣ କୁମାର ସାହୁ, ୨୦୧୧- ପ୍ରଭାତ କୁମାର ବିଶ୍ୱାଳ, ୨୦୧୨- ଡକ୍ଟର ପ୍ରଫୁଲ୍ଲ ମାଝି, ୨୦୧୩- ଅମରପ୍ରସାଦ ଶତପଥୀ, ୨୦୧୪ – ପ୍ରମିଳା ମଲ୍ଲିକ, ୨୦୧୫- ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ୨୦୧୬ – ଡକ୍ଟର ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ

ଉତ୍କଳଗୌରବ ମଧୁସୂଦନ ଦାସ ସମ୍ମାନ

୨୦୦୯- ସୁରେନ୍ଦ୍ରନାଥ ନାୟକ, ୨୦୧୦- ବିମ୍ୱାଧର କୁଅଁର, ୨୦୧୧- ନିତ୍ୟାନନ୍ଦ ପ୍ରଧାନ, ୨୦୧୨- ଉମେଶଚନ୍ଦ୍ର ସ୍ୱାଇଁ, ୨୦୧୩- ବିକ୍ରମକେଶରୀ ବର୍ମା, ୨୦୧୪- ରାଜେନ୍ଦ୍ର ଢୋଲକିଆ, ୨୦୧୫- ସୁରେନ୍ଦ୍ରନାଥ ପରମାଣିକ ଓ ୨୦୧୬- ଚକ୍ରଧର ପାଇକ

ଉତ୍କଳମଣି ଗୋପବନ୍ଧୁ ଦାସ ସମ୍ମାନ

୨୦୦୯ -ସଞ୍ଜୟ ଦାସବର୍ମା, ୨୦୧୦- ପ୍ରୀତିରଞ୍ଜନ ଘଡ଼େଇ, ୨୦୧୧- ସମୀର ରଞ୍ଜନ ଦାଶ, ୨୦୧୨- ପ୍ରଶାନ୍ତ କୁମାର ମୁଦୁଲି, ୨୦୧୩- ବିଜୟ କୁମାର ମହାନ୍ତି, ୨୦୧୪- ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀ, ୨୦୧୫- କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର ଓ ୨୦୧୬ – ପ୍ରଦୀପ ପୁରୋହିତ

LEAVE A REPLY

Please enter your comment!
Please enter your name here