ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ଜିଲ୍ଲା ସଭାପତିମାନଙ୍କୁ ଦିଆଗଲା ବାଜପେୟୀଙ୍କ ଚିତାଭସ୍ମ କଳସ।

ପୁରୀ ମହୋଦଧିରେ ବାଜପେୟୀଙ୍କ ଚିତାଭସ୍ମ ବିସର୍ଜନ ହେବା ପରେ ରାଜ୍ୟର ପ୍ରମୁଖ ନଦୀରେ ବସର୍ଜନ ହେବ ଚିତାଭସ୍ମ। ଏନେଇ ଆଜି ଜିଲ୍ଲା ବିଜେପି ସଭାପତିମାନଙ୍କୁ ଚିତାଭସ୍ମ ପ୍ରଦାନ କରାଯାଇଛି।

ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ଅଙ୍ଗ ନଦୀରେ ବାଜପେୟୀଙ୍କ ଚିତାଭସ୍ମ ବିସର୍ଜନ କରାଯିବ। ଆଜି ପାର୍ଟି ଅଫିସରେ ସବୁ ଜିଲ୍ଲାର ବିଜେପି ସଭାପତିମାନଙ୍କୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଚିତାଭସ୍ମ କଳସ ପ୍ରଦାନ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ, ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି ,  ଅମିତାଭ ଚକ୍ରବର୍ତ୍ତୀ (ସହ ସଂଗଠନ) ପ୍ରମୁଖ ଉପସ୍ଥିତ ଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ବାଜପେୟୀ ଥିଲେ ଭାରତର ସର୍ବସମ୍ମତ ନେତା। ଓଡ଼ିଶା ସହ ତାଙ୍କର ଭାବଗତ ସମ୍ପର୍କ ରହିଥିଲା। ଏଣୁ ଓଡ଼ିଶାର ପ୍ରମୁଖ ନଦୀରେ ବାଜପେୟୀଙ୍କ ଚିତାଭସ୍ମ ବିସର୍ଜନ କରାଯିବ। ଜିଲ୍ଲା ବିଜେପି ସଭାପତିମାନଙ୍କ ନେତୃତ୍ୱରେ ଚିତାଭସ୍ମ ବିସର୍ଜନ କରାଯିବ।”

Comment