ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ରେଲୱେ ଷ୍ଟେସନ୍‌ର ୧ନମ୍ବର ପ୍ଲାଟ୍‌ଫର୍ମରୁ ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହକୁ ଶନିବାର ଦିନ ଉଦ୍ଧାର କରାଯାଇଛି।

ଟ୍ରେନରେ ଚଢୁଥିବା ବେଳେ ଖସି ପଡ଼ି ଜଣେ ଅବସର ପ୍ରାପ୍ତ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ହେଉଛି ଡାକ୍ତର ରବୀନ୍ଦନାଥ ରଥ ଏବଂ ସେ ଓଲ୍ଡ ଟାଉନ୍‌ ଥାନା ଅଞ୍ଚଳରେ ରହୁଥିଲେ ଜଣାପଡ଼ିଛି।

ଶନିବାର ସକାଳେ ଭୁବନେଶ୍ୱର ରେଲେଓ୍ଵ ଷ୍ଟେସନର ୧ ନମ୍ବର ପ୍ଲାଟ୍‌ ଫର୍ମରେ ପୁରୀ- ହାଓଡ଼ା ଟ୍ରେନରେ ଡାକ୍ତର ରଥ ଚଢ଼ୁଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଟ୍ରେନ ଲାଇନରୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Comment