ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ଓଡ଼ିଶା ରଣଜୀ ଦଳର ଅଧିନାୟକ ରଶ୍ମିରଞ୍ଜନ ପରିଡ଼ାଙ୍କୁ ଓଡ଼ିଶା କିକ୍ରେଟ ଦଳର କୋଚ୍ ଭାବେ ନିଯୁକ୍ତି ଦିଆଯାଇଛି।
ବଦଳିଲେ ଓଡ଼ିଶା ରଣଜୀ ଟିମ୍ର କୋଚ। ଦେବାଶିଷ ମହାନ୍ତିଙ୍କ ସ୍ଥାନ ନେଲେ ରଶ୍ମି ରଞ୍ଜନ ପରିଡ଼ା। ଓଡ଼ିଶାର ପ୍ରଥମ ସିନିୟର ଆନ୍ତର୍ଜାତିକ କ୍ରିକେଟର ଦେବାଶିଷ ମହାନ୍ତି ଜାତୀୟ ଜୁନିୟର ମନୋନୟନ କମିଟିର ସଦସ୍ୟ ନିଯୁକ୍ତ ହେବା ପରେ ଓଡ଼ିଶା ରଣଜୀ ଟିମର କୋଚ ପଦ ଖାଲିପଡ଼ିଥିଲା। ତାଙ୍କ ସ୍ଥାନରେ ପୂର୍ବତନ ଓଡ଼ିଶା ରଣଜୀ ଦଳର ଅଧିନାୟକ ରଶ୍ମିରଞ୍ଜନ ପରିଡ଼ାଙ୍କୁ କୋଚ ଭାବେ ଓଡ଼ିଶା କ୍ରିକେଟ ଆସୋସିଏସନ( ଓସିଏ) ପକ୍ଷରୁ ନିଯୁକ୍ତି ଦିଆଯାଇଛି।
୨୦୧୮-୧୯ ରଣଜୀ ସିଜ୍ନ ପାଇଁ ରଶ୍ମୀ ରଞ୍ଜନ ପରିଡ଼ାଙ୍କୁ କେଚ ଭାବେ ନିଯୁକ୍ତି ଦିଆଯାଇଛି। ୧୯୯୪-୯୫ ମସିହାରେ ପ୍ରଥମଶ୍ରେଣୀ କ୍ରିକେଟ ଜୀବନ ଆରମ୍ଭ କରିଥିବା ରଶ୍ମିରଞ୍ଜନ ପରିଡ଼ାଙ୍କର କ୍ରିକେଟରେ ଦୀର୍ଘଦିନର ଅଭିଜ୍ଞତା ରହିଛି।
ରଶ୍ମିରଞ୍ଜନ ପରିଡ଼ା ୧୯୯୪ରୁ ୨୦୦୮ ପର୍ଯ୍ୟନ୍ତ ଓଡ଼ିଶା ପକ୍ଷରୁ ରଣଜୀ ସହିତ ବିଭିନ୍ନ ଘରୋଇ କ୍ରିକେଟ୍ ଖେଳିଥିଲେ।
ତା’ପରେ ୨୦୦୮ଓ ୨୦୦୯ ମସିହାରେ ଆସାମ, ୨୦୧୦ରୁ ୨୦୧୩ ପର୍ଯ୍ୟନ୍ତ ରାଜସ୍ଥାନ, ୨୦୧୩ରୁ ୨୦୧୪ ବିଦର୍ଭ ଓ ୨୦୧୪ରୁ ୨୦୧୫ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶ ପାଇଁ ଖେଳିଥିଲେ। ଓଡ଼ିଶା ଦଳର ଚୟନକର୍ତ୍ତା ଭାବେ କୁଳମଣି ପରିଡ଼ାଙ୍କୁ ଓସିଏ ପକ୍ଷରୁ ନିଯୁକ୍ତି ଦିଆଯାଇଛି।














