ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ପପୁଲାର ଆକ୍ଟର ଇମ୍ରାନ୍ହାସମୀ ଜଣେ ଜାସୁସ୍‍ ଭୂମିକା ନିଭାଉଛନ୍ତି ଫିଲ୍ମଫାଦର୍ସ ଡେରେ ଆସନ୍ତୁ ଜାଣିବା ଅନ୍ୟ କେଉଁ କଳାକାରମାନେ ମଧ୍ୟଜାସୁସ୍ବନିଥିଲେ ପରଦା ଉପରେ

ଇମ୍ରାନ୍ହାସମୀ

ବଲିଉଡର ଲୋକପ୍ରିୟ ନାୟକ ଇମ୍ରାନ୍‌ ହାସମୀ ଏବେ ‘ଫାଦର୍ସ ଡେ’ ଟାଇଟଲରେ ନିର୍ମିତ ଏକ ହିନ୍ଦୀ ସିନେମାରେ କାମ କରୁଛନ୍ତି। ଏହି ଫିଲ୍ମରେ ଇମ୍ରାନ୍‌ ଜଣେ ଗୁପ୍ତଚର ବା ଜାସୁସ ଭୂମିକାରେ ଅଭିନୟ କରୁଛନ୍ତି। ଏହା ଭାରତର ଜଣେ ଟପ୍‌ ଡିଟେକ୍ଟିଭ୍ ଚରିତ୍ରରେ ନଜର ଆସିବେ।

ଏହି ସିନେମାର କାହାଣୀ ଭାରତର ନାମୀ ଡିଟେକ୍ଟିଭ୍‌ ସୂର୍ଯ୍ୟକାନ୍ତ ଭଣ୍ଡେ ପାଟିଲଙ୍କ ଜୀବନୀ ଉପରେ ଆଧାରିତ। ଏହି ଡିଟେକ୍ଟିଭ୍ ଜଣକ ୧୨୦ ଜଣ ଶିଶୁଙ୍କୁ ଅପହରଣରୁ ରକ୍ଷା କରିଥିଲେ। ଆଉ କେତେକ ଅପହୃତ ଶିଶୁଙ୍କୁ ମଧ୍ୟ ସେ ଉଦ୍ଧାର କରିଥିଲେ।

‘ଫାଦର୍ସ ଡେ’ ଜଣେ ପ୍ରଖ୍ୟାତ ଗୁଜୁରାତୀ ଲେଖକଙ୍କ ପୁସ୍ତକ ‘ଦୃଶ୍ୟମ୍‌ ଅଦୃଶ୍ୟମ୍‌’ ଉପରେ ଆଧାରିତ। ଏହି ସିନେମାରେ ପିତା-ପୁତ୍ର ମଧ୍ୟରେ ଥିବା ଭାବପ୍ରବଣତାକୁ ଏକ ଭିନ୍ନ ଅନ୍ଦାଜରେ ଦର୍ଶାଯାଇଛି। ଏହି ଫିଲ୍ମରେ ଇମ୍ରାନ୍‌ ହାସମୀଙ୍କ ପିତା ଭୂମିକାରେ ନଜର ଆସିବେ ଲୋକପ୍ରିୟ ଅଭିନେତା ଋଷି କପୁର। ଏଥିରେ ଇମ୍ରାନ୍‌ ହାସମୀଙ୍କ ସହ ଶ୍ରେୟା ଧନ୍ୱନ୍ତରଙ୍କୁ ମଧ୍ୟ ଦେଖିବାକୁ ମିଳିବ।

‘ଫାଦର୍ସ ଡେ’ ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ଶାନ୍ତନୁ ବାଗ୍‌ଚୀ। ଏହି ଫିଲ୍ମରେ କେବଳ ଇମ୍ରାନ୍‌ ଅଭିନୟ କରୁନାହାନ୍ତି, ବରଂ ସେ ଏହାର ପ୍ରଯୋଜନା ମଧ୍ୟ କରିଛନ୍ତି। ଇମ୍ରାନ୍ ହାସମୀ ପ୍ରିୟା ଗୁପ୍ତା ଓ କଳ୍ପନା ଉଡୟାରଙ୍କ ସହିତ ମିଶି ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି।

ପ୍ରଥମଥର ପାଇଁ ଜଣେ ଡିଟେକ୍ଟିଭ ଭୂମିକା ନିଭାଉଥିବାରୁ ଇମ୍ରାନ୍‌ ହାସମୀ ଖୁବ୍‌ ଉତ୍ସାହିତ ଅଛନ୍ତି।

ବିଦ୍ୟା ବାଲନ

୨୦୧୪ରେ ରିଲିଜ୍‌ ହୋଇଥିବା ‘ବବି ଜାସୁସ୍’ରେ ବିଦ୍ୟା ବାଲନ୍‌ ଜଣେ ଡିଟେକ୍ଟିଭ୍‌ ଭୂମିକାରେ ଅଭିନୟ କରିଥିଲେ। ସେ ଏଥିରେ ଜଣେ ପ୍ରାଇଭେଟ୍‌ ଡିଟେକ୍ଟିଭ ସାଜିଥିଲେ।

ଦିୟା ମୀର୍ଜା, ସାହିଲ୍‌ ସାଂଘା ଓ ରିଲାଏନ୍ସ ଶେଖ୍‌। ଏହା ଏକ କମେଡି ଡ୍ରାମା ଫିଲ୍ମ। ଏଥିରେ ବିଦ୍ୟା ବାଲନ୍‌ ଜଣେ ହାଇଦ୍ରାବାଦୀ ମହିଳା ଭୂମିକାରେ ଅଭିନୟ କରିଥିଲେ। ଏହି ସିନେମାରେ ଆଲି ଫଜଲ୍, ଅର୍ଜନ ବାରିୱା, ସୁପ୍ରିୟା ପାଠକ, ରାଜେନ୍ଦ୍ର ଗୁପ୍ତା ଓ ତନଭି ଆଜମୀ ପ୍ରମୁଖ ଅଭିନୟ କରିଥିଲେ।

ରଣବୀର କପୁର

୨୦୧୭ର ଏକ କମେଡି-ଆଡଭେଞ୍ଚର ଫିଲ୍ମ ହେଲା ‘ଜଗ୍‌ଗା ଜାସୁସ୍‌’। ଏଥିରେ ଟାଇଟଲ୍‌ ରୋଲ୍‌ରେ ନଜର ଆସିଥିଲେ ରଣବୀର କପୁର। ଜଗ୍‌ଗା ତା’ର ହଜିଯାଇଥିବା ପିତାମାତାଙ୍କୁ ଖୋଜିବାକୁ ଡିଟେକ୍ଟିଭ୍‌ ବନିଛନ୍ତି। ତାକୁ ଏହି କାମରେ ସାହାଯ୍ୟ କରେ ଜଣେ ମହିଳା ସାମ୍ବାଦିକା ଶ୍ରୁତି (କାଟ୍ରିନା କୈଫ୍‌)।

‘ଜଗ୍‌ଗା ଜାସୁସ୍‌’ରେ ରଣବୀର କପୁର ଭଲ ଅଭିନୟ କରିଥିଲେ ବି ଦର୍ଶକ ଏହି ସିନେମାକୁ ପସନ୍ଦ କରିନଥିଲେ। ଏହା ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲା।

ରାଜ କପୁର ରାଜେନ୍ଦ୍ର କୁମାର

୧୯୭୫ରେ ରିଲିଜ୍‌ ହୋଇଥିଲା ଏକ ହିନ୍ଦୀ ସିନେମା, ଯାହାର ଟାଇଟଲ୍‌ ହେଲା ‘ଦୋ ଜାସୁସ୍‌’। ଏଥିରେ ରାଜକପୁର ଓ ରାଜେନ୍ଦ୍ର କୁମାର ବନିଥିଲେ ଦୁଇଜଣ ଡିଟେକ୍ଟିଭ୍‌। ଏଥିରେ ରାଜ କପୁରଙ୍କ ନାଁ ଥିଲା ଧରମଚନ୍ଦ୍‌ ଓ ରାଜେନ୍ଦ୍ର କୁମାରଙ୍କ ଅଭିନୀତ ଚରିତ୍ର ଥିଲା କରମ୍‌ ଚାନ୍ଦ୍।

‘ଦୋ ଜାସୁସ୍‌’ର କାହାଣୀ ଦୁଇଜଣ ଡିଟେକ୍ଟିଭଙ୍କର, ଯେଉଁମାନେ ଜଣେ କୋଟିପତିଙ୍କ ହଜିଯାଇଥିବା ଝିଅକୁ ଖୋଜିବା କାମରେ ନିୟୋଜିତ ହେଉଛନ୍ତି। ଏଥିରେ ପ୍ରେମ୍‌ ଚୋପ୍ରା ଓ ଅରୁଣା ଇରାନୀ ମଧ୍ୟ ଅଭିନୟ କରିଥିଲେ।

 

Comment