ଓଡ଼ିଶାଲାଇଭ୍ ବ୍ୟୁରୋ
‘ମୁଁ ହିରୋ’ ଅଭିଯାନକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ବିଜେଡି, ବିଜେପି ଓ କଂଗ୍ରେସ।
‘ବିଜୁ ଯୁବ ବାହିନୀ’ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମୁଁ ହିରୋ’ ଅଭିଯାନକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ବିଜେଡି, ବିଜେପି ଓ କଂଗ୍ରେସ। ବିଜେଡିର ‘ମୁଁ ହିରୋ’ କାର୍ଯ୍ୟକ୍ରମ ଯୁବପିଢ଼ିଙ୍କ ପାଇଁ ଛଳନା ବୋଲି ବିଜେପି କହିଥିବାବେଳେ ଓଡ଼ିଆ ଯୁବକ ପାଲଟିଛନ୍ତି ଜିରୋ ଅଭିଯୋଗ କରିଛି କଂଗ୍ରେସ।
ବିଜେପି ନେତା ସମୀର ମହାନ୍ତି ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ପ୍ରଚାର ନାଁରେ ‘ମୁଁ ହିରୋ କାର୍ଯ୍ୟକ୍ରମ ଏକ ସ୍ଲୋଗାନ। ଅତୀତରେ ରାଜ୍ୟ ସରକାରଙ୍କ ଯୁବପିଢ଼ି ପାଇଁ ଉଦ୍ଦିଷ୍ଟ ସମସ୍ତ କାର୍ଯ୍ୟକ୍ରମ ବିଫଳ ହୋଇଛି। ରାଜ୍ୟରେ ପଞ୍ଜିକୃତ ମାତ୍ର ୩ ପ୍ରତିଶତ ଯୁବକଙ୍କୁ କର୍ମ ନିଯୁକ୍ତି ମିଳିଛି। ସରକାରଙ୍କ ‘ମୁଁ ହିରୋ’ କାର୍ଯ୍ୟକ୍ରମ ଏକ ଲୋକଦେଖାଣିଆ। ନିଜ ଅପାରଗତାକୁ ଘୋଡ଼ାଇବା ପାଇଁ ଯୁବଗୋଷ୍ଠୀଙ୍କୁ ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର।
“ଓଡ଼ିଶାର ଯୁବକ ଏବେ ଜିରୋ। ରାଜ୍ୟର ୩୬ ଲକ୍ଷ ଯୁବକ କାମ ଅପେକ୍ଷାରେ ଥିବାବେଳେ ୬୦ ଲକ୍ଷ ଯୁବକ ବାହାରେ କାମ କରୁଛନ୍ତି। ତେଣୁ ସରକାର ପ୍ରଥମେ ଯୁବକଙ୍କୁ ଜିରୋଙ୍କୁ ହିରୋ କରନ୍ତୁ”, କହିଛନ୍ତି କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।
ବିଜେପି ଓ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି। “ବିରୋଧୀ ସବୁ କଥାରେ ରାଜନୀତି ଖୋଜୁଛି। ସରକାର ଯୁବଗୋଷ୍ଠୀଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। ନିକଟରେ ନୀତି ଆୟୋଗ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା ମଧ୍ୟ କରିଛି”, କହିଛନ୍ତି ବିଜେଡି ମୁଖପାତ୍ର ସମୀର ଦାଶ।














