ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏସିଆନ ଗେମ୍ସରେ ଓଡ଼ିଆ ଝିଅ ଦୂତିଙ୍କଠାରୁ ପୁଣି ଏକ ପଦକ ଆଶା ଉଜ୍ଜୀବିତ ରହିଛି। ୧୦୦ ମିଟର ଦୌଡ଼ରେ ଦେଶ ପାଇଁ ରୌପ୍ୟ ଜିତିଥିବା ଦୂତି ୨୦୦ ମିଟର ଇଭେଣ୍ଟରେ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି।

କ୍ୱାଲିଫାଇଙ୍ଗ ରାଉଣ୍ଡର ଚତୁର୍ଥ ହିଟରେ ରହିଥିବା ଦୂତି ଚାନ୍ଦ ଅନ୍ୟ ୭ ଜଣଙ୍କୁ ପଛରେ ପକାଇ ସେମିଫାଇନାଲରେ ପହଞ୍ଚିଛନ୍ତି। ଏହି ୨ ଶହ ମିଟର ଦୂରତାକୁ ଦୁତି ମାତ୍ର ୨୩. ୩୭ ସେକେଣ୍ଡରେ ଅତିକ୍ରମ କରିଥିଲେ।

ଆଜି ସନ୍ଧ୍ୟାରେ ସେମିଫାଇନାଲ ଖେଳାଯିବ। ଦୁତିଙ୍କ ସହିତ ଅନ୍ୟତମ ଭାରତୀୟ ଧାବିକା ହୀମା ଦାସ ମଧ୍ୟ ୨୦୦ ମିଟର ସେମି ଫାଇନାଲରେ ପ୍ରବେଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here