ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ଏବଂ ବଲାଙ୍ଗିରରେ ଦୁଇଟି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। ଏହି ଦୁଇଟି ମେଡିକାଲ କଲେଜର ନାମକରଣ ମଧ୍ୟ କରିଛନ୍ତି ରାଜ୍ୟ ସରକାର। ବାଲେଶ୍ୱରରେ ଉଦଘାଟନ ହେବାକୁ ଥିବା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାଁରେ ନାମିତ କରାଯାଇଥିବା ବେଳେ ବଲାଙ୍ଗିରରେ ହେବାକୁ ଥିବା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସନ୍ଥକବି ଭୀମଭୋଇଙ୍କ ନାଁରେ ନାମିତ କରାଯାଇଛି।
ଅଗଷ୍ଟ ୩୧ରେ ବଲାଙ୍ଗିର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିବେ।
୨୦୧୭ରେ କୋରାପୁଟ ଏବଂ ବାରିପଦାରେ ଦୁଇଟି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଲୋକାର୍ପଣ କରାଯାଇଥିଲା। କୋରାପୁଟ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ନାଁ ସହିଦ ଲକ୍ଷ୍ମଣ ନାୟକଙ୍କ ନାଁରେ ନାମିତ କରାଯାଇଥିବା ବେଳେ ବାରିପଦା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ନାଁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାଁରେ ନାମିତ କରିଥିଲେ ସରକାର।














