ଓଡ଼ିଶାଲାଇଭ୍‌ ବ୍ୟୁରୋ  

ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ନନ୍ଦମୁରୀ ହରିକୃଷ୍ଣାଙ୍କ ବୁଧବାର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

ତେଲୁଗୁ ଅଭିନେତା ନନ୍ଦମୁରି ହରିକୃଷ୍ଣଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ। ସେ ଜଣେ ଅଭିନେତା ସହ ଟିଡିପିର ନେତା ମଧ୍ୟ ଥିଲେ। ସେ ଜୁନିୟର ଏନ୍‌ଟିଆର୍‌ଙ୍କ ବାପା। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା।

ନନ୍ଦମୁରୀ ନେଲ୍ଲୋର୍‌ରୁ ହାଇଦ୍ରାବାଦ୍‌ ଫେରୁଥିବା ବେଳେ ତେଲେଙ୍ଗାନାର ନାଲଗୋଣ୍ଡା ଜିଲାରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ହରିକୃଷ୍ଣ ହେଉଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପିର ସଂସ୍ଥାପକ ଏନ୍‌ଟି ରାମାରାଓଙ୍କ ପୁତ୍ର। ବର୍ତ୍ତମାନ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଥିବା ଚନ୍ଦ୍ରବାବୁ ନାଇଡୁ ହେଉଛନ୍ତି ତାଙ୍କ ଭିଣୋଇ।

ହରିକୃଷ୍ଣଙ୍କର ପୁତ୍ର କନିଷ୍ଠ ଏନଟିଆର୍‌ ଏବଂ କଲ୍ୟାଣ ରାମ ହେଉଛନ୍ତି ଜନପ୍ରିୟ ତେଲୁଗୁ ଅଭିନେତା। ୨୦୧୪ରେ ହରିକୃଷ୍ଣଙ୍କର ପୁଅ ନନ୍ଦମୁରି ଜାନକିରାମ ମଧ୍ୟ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

୧୯୬୪ ମସିହାରେ ‘ଶ୍ରୀକୃଷ୍ଣବଟରାମ’ ଚଳଚ୍ଚିତ୍ରରେ ଶିଶୁ ଅଭିନେତା ଭାବେ ପ୍ରଥମେ ଅଭିନୟ କରିଥିବା ହରିକୃଷ୍ଣ ୧୩ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

ନନ୍ଦମୁରୀ ରାମା ରାଓଙ୍କ ଚତୁର୍ଥ ସନ୍ତାନ ଥିଲେ। ସେ ଦୁଇଟି ବିବାହ କରିଥିଲେ। ତେବେ ତାଙ୍କର ଦ୍ୱିତୀୟ ସ୍ତ୍ରୀଙ୍କ ପୁଅ ହେଉଛନ୍ତି ଲୋକପ୍ରିୟ ଅଭିନେତା ତଥା ସୁପରଷ୍ଟାର ଜୁନିୟର ଏନ୍‌ଟିଆର୍‌।

Comment