ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଆଇଟି ଓ ଡାକ୍ତରୀ ପଢ଼ିବା ପାଇଁ ଉଦ୍ଦିଷ୍ଟ ଜେଇଇ ମେନ୍‍ ଓ ନିଟ୍‍ ପ୍ରବେଶିକା ପରୀକ୍ଷା ଦେଉଥିବା ଆଶାୟୀ ଛାତ୍ରଛାତ୍ରୀଙ୍କୁ ଏଣିକି କେନ୍ଦ୍ର ସରକାର ବିନା ମୂଲ୍ୟରେ କୋଚିଂ ସୁବିଧା ଯୋଗାଇ ଦେବେ।

ଜେଇଇ ମେନ୍‍ ଓ ନିଟ୍‍ ପ୍ରବେଶିକା ପରୀକ୍ଷା ଦେଉଥିବା ଆଶାୟୀ ଛାତ୍ରଛାତ୍ରୀଙ୍କୁ ଏଣିକି କେନ୍ଦ୍ର ସରକାର ବିନା ମୂଲ୍ୟରେ କୋଚିଂ ସୁବିଧା ଯୋଗାଇ ଦେବେ।

ଜେଇଇ ଓ ନିଟ୍‍ ପ୍ରବେଶିକା ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ଦେଶର ୨,୬୯୭ଟି କେନ୍ଦ୍ରକୁ କୋଚିଂ ସେଣ୍ଟର ଭାବେ ମନୋନୀତ କରାଯାଇଛି। ଏହାଦ୍ୱାରା ଦେଶର ଗରିବ ମେଧାବୀ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି କେନ୍ଦ୍ର ସରକାର କହିଛନ୍ତି।

ଡାକ୍ତର କିମ୍ବା ଇଞ୍ଜିନୟର ହେବା ପାଇଁ ଆଶା ରଖିଥିବା ଯେଉଁ ମେଧାବୀ ପିଲାମାନେ ଅର୍ଥାଭାବରୁ ଘରୋଇ କୋଚିଂ ସେଣ୍ଟରକୁ ଯାଇପାରୁନାହାନ୍ତି ସେମାନେ ଏହି ନୂଆ ସୁଦୂରପ୍ରସାରୀ ଯୋଜନାରେ ଲାଭବାନ ହେବେ। ଏହାଦ୍ୱାରା ଘରୋଇ କୋଚିଂ ସେଣ୍ଟରର ମନମୁଖି କାରବାର ସଙ୍କୁଚିତ ହୋଇଯିବ।

ମନୋନୀତ କେନ୍ଦ୍ରଗୁଡ଼ିକରେ ପଞ୍ଜିକୃତ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିସ ଟେଷ୍ଟ କରାଯିବ। ସେଗୁଡ଼ିକର ଫଳାଫଳକୁ ତର୍ଜମା କରାଯିବ। ଭୁଲ୍‍ କେଉଁଠି ରହିଲା ତାହା ବିଶେଷଜ୍ଞମାନେ ଛାତ୍ରଛାତ୍ରୀଙ୍କୁ ବିଶଦ ଭାବେ ବୁଝାଇବା ସହିତ ମୂଲ୍ୟବାନ ପରାମର୍ଶ ଓ କୌଶଳ ସମ୍ପର୍କରେ କହିବେ।

ଛାତ୍ରଛାତ୍ରୀମାନେ ବିଶେଷଜ୍ଞଙ୍କ ସହିତ ଆଲୋଚନା କରି ସେମାନଙ୍କ ସଂଶୟ ଦୂର କରିପାରିବେ। ସେହି ପରାମର୍ଶ ଆଧାରରେ ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ପ୍ରାକ୍ଟିସ ଟେଷ୍ଟରେ ଅବତୀର୍ଣ୍ଣ ହେବେ। ଏହି ପ୍ରକ୍ରିୟା ନିରନ୍ତର ଭାବେ ଜେଇଇ ମେନ୍‍ ଓ ନିଟ୍‍ ପରୀକ୍ଷା ପର୍ଯ୍ୟନ୍ତ ଚାଲିବ।

ଜେଇଇ ଓ ନିଟ୍‍ ପରିଚାଳନା ପାଇଁ ଗଠିତ ନ୍ୟାଶ୍‍ନାଲ୍‍ ଟେଷ୍ଟିଂ ଏଜେନ୍ସି(ଏନ୍‍ଟିଏ)ର ସୂଚନା ଅନୁଯାୟୀ, ମୋବାଇଲ୍‍ ଆପ୍‍ ଓ ୱେବ୍‍ସାଇଟ୍‍ ମାଧ୍ୟମରେ ଏନଟିଏରେ ନିଟ୍‍ ଓ ଜେଇଇ ପାଇଁ ପଞ୍ଜିକୃତ କରିଥିବା ଛାତ୍ରଛାତ୍ରୀ ହିଁ କେବଳ ଏହି ମକ ଟେଷ୍ଟରେ ଭାଗ ନେଇପାରିବେ।

ଅଫ୍‍ଲାଇନ୍‍ ପ୍ରକ୍ରିୟାରେ ପରୀକ୍ଷା ହେଉଥିବାରୁ ନିଟ୍‍କୁ ପ୍ରାଥମିକ ପର୍ଯ୍ୟାୟରେ ଏହି ମକ୍‍ ଟେଷ୍ଟ ପ୍ରକ୍ରିୟାରୁ ବାଦ୍‍ ଦିଆଯାଇଛି। ଛାତ୍ରଛାତ୍ରୀମାନେ ଯେପରି ସେମାନଙ୍କ ଆଖପାଖରେ କୋଚିଂ ସେଣ୍ଟର ଠାବ କରିପାରିବେ ସେଥିପାଇଁ ଏନ୍‍ଟିଏ ଏକ ସ୍ୱତନ୍ତ୍ର ମୋବାଇଲ୍‍ ଆପ୍‍ ବିକଶିତ କରିଛି। ‘ନେସ୍‌ନାଲ୍‌ ଟେଷ୍ଟିଙ୍ଗ୍‌ ଏଜେନ୍‌ସି’ ଏହି ମୋବାଇଲ୍‌ ଆପ୍ଲିକେସନ୍‌ ଲଞ୍ଚ୍‌ କରାଯିବ।

Comment