ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ଲୁ ହ୍ୱେଲ୍ ପରେ ଏବେ ଆତଙ୍କ ଖେଳାଇଛି ‘ମୋମୋ’ ଚାଲେଞ୍ଜ।
ଅନ୍ଲାଇନ୍ ଗେମ୍ ବ୍ଲୁ ହ୍ୱେଲ୍ ପରେ ଏବେ ଆତଙ୍କ ଖେଳାଇଛି ‘ମୋମୋ’। ବ୍ଲୁ ହ୍ୱେଲ୍ ଗେମ୍ ଖେଳି ବହୁ ଲୋକ ଜୀବନ ହରାଇଥିବା ବେଳେ ‘ମୋମୋ’ ଗେମ୍ ମଧ୍ୟ ରାଉରକେଲାର ଜଣେ ଛାତ୍ର ଜୀବନ ନେଇଛି। ଏହି ଛାତ୍ର ଜଣକ ହେଉଛନ୍ତି ଚେତନ କୁମାର। ତାଙ୍କ ଘର ରାଉରକେଲା ରେଲୱେ କଲୋନୀରେ।
ଚେତନ ଭୁବନେଶ୍ବରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିଲେ କମ୍ପ୍ୟୁଟର ସାଇନ୍ସ। ଏହି ଖେଳରେ ସେ ଏତେ ମଜ୍ଜି ଯାଇଥିଲେ ଯେ ଭୁବନେଶ୍ୱରରୁ ସିଧା ଚେନ୍ନାଇ ପଳାଇଥିଲେ। ଚେନ୍ନାଇରେ ଏକ ୬ ମହଲା ଛାତ ଉପରୁ ଡେଇଁ ଜୀବନ ହରାଇଛନ୍ତି ଚେତନ।
୨୨ ତାରିଖ ସକାଳେ ଚେନ୍ନାଇ ସେଣ୍ଟ୍ରାଲ ଷ୍ଟେସନ ପାଖରେ ରହିଥିବା ୭ ମହଲା ବିଶିଷ୍ଟ ରାଜୀବ ଗାନ୍ଧି ମେମୋରିଆଲ ହସ୍ପିଟାଲ କୋଠାରୁ ଡେଇଁ ସେ ଆତ୍ମହତ୍ୟା କରିଛନ୍ତି। ଚେତନର ମୋବାଇଲକୁ ଲାପଟପ୍ ସହ ସଂଯୋଗ କରିବା ପରେ ଏହି ଚାଞ୍ଚଲ୍ୟକର ତଥ୍ୟ ପାଇଥିଲା ଚେନ୍ନାଇ ପୋଲିସ।
କ’ଣ ଏହି ମୋମୋ ଚାଲେଞ୍ଜ?
କୁହାଯାଉଛି କି ଏହି ଗେମ୍ ପ୍ରଥମେ ଫେସ୍ବୁକ୍ରୁ ଆରମ୍ଭ ହୋଇଥିଲା। ଫେସ୍ବୁକ୍ ମେସଞ୍ଜରରେ ଜଣେ ଅଜଣା ବ୍ୟକ୍ତି ଏକ ଫୋନ୍ ନମ୍ବର ଦେଉଥିଲେ। ଏହି ଫୋନ୍ ନମ୍ବରରେ ମେସଜ କରିବାକୁ କୁହାଯାଉଛି। ଏହାପରେ ହ୍ୱାଟସ୍ଆପ୍କୁ ଏକ ଲିଙ୍କ୍ ଆସୁଛି। ଏହି ଲିଙ୍କକୁ କ୍ଲିକ୍ କରି ପିଲାମାନେ ଗେମ୍ ଖେଳୁଛନ୍ତି। ମୋମୋ ଗେମ୍ ସମ୍ପର୍କରେ ପ୍ରଥମେ ଆର୍ଜେଣ୍ଟିନାରୁ ଜଣାପଡ଼ିଥିଲା। ଆର୍ଜେଣ୍ଟିନାର ଜଣେ ଛାତ୍ରୀ ଏହି ଗେମ୍ ଖେଳି ପ୍ରଥମେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।








ବ୍ଲୁ ହ୍ୱେଲ୍ ପରେ ଏବେ ଆତଙ୍କ ଖେଳାଇଛି ‘ମୋମୋ’ ଚାଲେଞ୍ଜ।









