ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମୁକାବିଲା ପାଇଁ ସାରା ଦେଶରେ ଚାଲିଛି ୨୧ ଦିନିଆ ଲକ୍‌ଡାଉନ୍‌। ଏହି ଲକ୍‌ଡାଉନ୍‌ ବେଳେ ଓଡ଼ିଶାରେ ଖାଉଟି ସାମଗ୍ରୀର ଅଭାବ ରହିବନି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଆଜି କରୋନା ସମ୍ପର୍କରେ ୨୪ ଘଣ୍ଟାର ତାଜା ସୂଚନା ଦେବା ବେଳେ ଖାଉଟି ସମଗ୍ରୀ ଉପରେ ବିସ୍ତୃତ ବିବରଣୀ ଦେଇଥିଲେ ରାଜ୍ୟ ସରକାର।

‘‘ଲୋକେ ଆଦୗ ବ୍ୟସ୍ତ ହୁଅନ୍ତୁ ନାହିଁ। ବଜାରରେ ଖାଉଟି ସାମଗ୍ରୀ ଉପଲବ୍ଧ ରହିଛି। କେଉଁ ରାଜ୍ୟରୁ କ’ଣ ଆମଦାନି ହେବ ଏବଂ ଗାନି କେଉଁଠି ପହଞ୍ଚିଲା ତାର ଟିକିନିଖି ଖବର ବୁଝା ଯାଉଛି। ଲୋକମାନେ ଅସୁବିଧାରେ ଯେମିତି ନପଡ଼ିବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ବ୍ୟବସାୟୀ ସଂଘ, ପରିବହନ ସଂସ୍ଥାର ମାଲିକମାନେ ସରକାରଙ୍କୁ ସହଯୋଗ କରୁଛନ୍ତି’’, ଏହା କହିଛନ୍ତି ରାଜ୍ୟ ସରକାର।

ଘରୁ ବାରମ୍ବାର ନବାହାରିବାକୁ ରାଜ୍ୟ ସରକାର ଲୋକଙ୍କୁ ଅନୁରୋଧ କରିଛନ୍ତି। ସପ୍ତାହକୁ ଥରେ କିମ୍ବା ଦୁଇ ଥର ଆସି ଖାଉଟି ସାମଗ୍ରୀ କିଣିନେବାକୁ କହିଛନ୍ତି। ବାରମ୍ବାର ବଘରୁ ବାହାରିଲେ ସଂକ୍ରମଣ ବଢ଼ିବାର ସମ୍ଭାବନା ଥିବା ସରକାର କହିଛନ୍ତି।

ଲକ୍‌ଡାଉନ୍‌ ବେଳେ ଖାଉଟି ସାମଗ୍ରୀ କେମିତି ଲୋକଙ୍କ ପାଖରେ ସୁବିଧାରେ ପହଞ୍ଚିବ ସେଥିପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିଥିଲେ। ଏହି କମିଟିରେ ବିଭିନ୍ନ ବିଭାଗର ୭ ଜଣ ଅଧିକାରୀ ସାମିଲ ହୋଇଥିଲେ।

Comment