ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟି ରଖି ଭାରତ ସରକାର ମଧ୍ୟ ବିଭିନ୍ନ କଟକଣା ଜାରି କରିଛନ୍ତି। କରୋନାକୁ ମୁକାବିଲା କରିବାକୁ ଏକଦମ ପ୍ରସ୍ତୁତ ରହିଛନ୍ତି ଭାରତ ସରକାର। କେବଳ ଭାରତ ସରକାର ନୁହନ୍ତି, ରାଜ୍ୟ ସରକାରମାନେ ମଧ୍ୟ ଏହି ବିଭିନ୍ନ ପଦକ୍ଷପ ଗ୍ରହଣ କରିଛନ୍ତି। ଆସନ୍ତୁ ଜାଣିବା କରୋନା ସମ୍ପର୍କିତ କିଛି ବଡ଼ ଖବର।

୧- ଭାରତରେ ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୭। ପ୍ରାୟ ୫୫ ହଜାର ଲୋକଙ୍କ ଉପରେ ରହିଛି ନଜର।

୨- କରୋନା ପାଇଁ ଗୋଟିଏ ଦିନରେ ହିଁ ପାକିସ୍ତାନର ଝାଳନାଳ ଅବସ୍ଥା, ଆକ୍ରାନ୍ତଙ୍କ ସଂଖ୍ୟା ୧୯୩।

୩- କରୋନାରେ ଏପର୍ଯ୍ୟନ୍ତ ଯେଉଁ ତିନି ଜଣ ଭାରତୀୟ ଲୋକ ପ୍ରାଣ ହରାଇଛନ୍ତି ସେମାନଙ୍କ ବୟସ ୬୪, ୬୮ ଓ ୭୬ ବର୍ଷ।

୪- ୟୁରୋପୀୟ ସଂଘ, ତୁର୍କୀ ଓ ବ୍ରିଟେନରୁ ଆସୁଥିବା ଲୋକଙ୍କୁ ଭାରତରେ ‘ନୋ ଏଣ୍ଟ୍ରି’।

୫- କରୋନା ଭୟ ଯୋଗୁଁ ସଂସଦର କାର୍ଯ୍ୟ ବନ୍ଦ ହେବ ନାହିଁ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ।

୬- କରୋନା ମୁକାବିଲା ପାଇଁ ମୋଦୀ ସରକାରଙ୍କ ପଦକ୍ଷେପର ଜଣେ ବଡ଼ ଫ୍ୟାନ ବନିଲେ ପୂର୍ବତନ  ଅର୍ଥମନ୍ତ୍ରୀ ଓ ମୋଦିଙ୍କ ସମାଲୋଚକ ଚିଦାମ୍ବରମ।

୭- କରୋନାର ସାହାଯ୍ୟ ନେଇ ମଧ୍ୟପ୍ରଦେଶରେ କମଳନାଥ ସରକାର ଆସ୍ଥା ଭୋଟକୁ ଟଳାଇଲେ।

୮- ବିଶ୍ୱରେ କରୋନା ଭାଇରସ ସଂକ୍ରମଣ ପାଇଁ ଚୀନ ରାଷ୍ଟ୍ରପତିଙ୍କୁ ଦାୟୀ କରି ବିହାର ମୁଜାଫରପୁରର ସୁଧୀର ଓଝାଙ୍କ ପକ୍ଷରୁ ମାମଲା ରୁଜୁ।

୯- କରୋନା ଭୟ ପାଇଁ ଆଗ୍ରାର ତାଜମହଲ ବନ୍ଦ। ତାଜମହଲର ୪ଶହ ବର୍ଷ ଇତିହାସରେ ଏଥର ବନ୍ଦ ହେବା ତୃତୀୟ ଘଟଣା।

୧୦- ରିପୋର୍ଟ ଅନୁସାରେ ମୋଦୀଙ୍କ ମନ୍ତ୍ରୀମଣ୍ଡଳର କୌଣସି ସଦସ୍ୟ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ନୁହଁନ୍ତି।

୧୧- କରୋନା ଭୟ ଭିତରେ ସାଓମିର ନୂଆ ମୋବାଇଲ ଫୋନ ରେଡ଼ମି ନୋଟ-୯ ମାତ୍ର ନବେ ସେକେଣ୍ଡରେ ଖତମ।

Comment