ଓଡ଼ିଶାଲାଇଭ୍‌ ବ୍ୟୁରୋ

ରଣଜୀ କ୍ରିକେଟର ତଥା ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ସାନ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ମୃତ୍ୟୁ ଘଟିଛି। ନିକଟରେ କୋଭିଡ ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଏମ୍ସ ସୁପରିଟେଣ୍ଡେଣ୍ଟ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି।

ପ୍ରଶାନ୍ତ ତାଙ୍କ କ୍ୟାରିୟରରେ ଓଡ଼ିଶା ପାଇଁ ଅନେକ ରଣଜୀ ମ୍ୟାଚ ଖେଳି ସୁନାମ ଅର୍ଜନ କରିଥିଲେ। ନବେ ଦଶକର ରଣଜୀ ଦଳର ଜଣେ ଦକ୍ଷ ଓପନର ଥିଲେ ପ୍ରଶାନ୍ତ। ଏକାଧିକ ମ୍ୟାଚରେ ତାଙ୍କର ବ୍ୟାଟିଂ ଷ୍ଟାଇଲ ଯୋଗୁଁ ସେ ବେଶ୍‌ ପ୍ରଶଂସା ସାଉଣ୍ଟିଥିଲେ।

ଗତ ୯ ତାରିଖରେ ପ୍ରଶାନ୍ତଙ୍କ ବାପା କରୋନାରେ ଆଖି ବୁଜିଥିଲେ। ଏବେ ବି ପ୍ରଶାନ୍ତଙ୍କ ଭାଇ ଯଶୋବନ୍ତ ମହାପାତ୍ର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କର ବି ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ନେଇ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here