ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି କୋଭିଡକୁ ନେଇ ଚିନ୍ତା ବଢ଼ିଲାଣି। ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୫୬୦ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। କୋଭିଡ ସଂକ୍ରମଣ ବଢ଼ୁଥିବାରୁ ବିଭିନ୍ନ ରାଜ୍ୟକୁ ସତର୍କତା ଅବଲମ୍ବନ କରିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ପ୍ରାୟ ୧୪୬ ଦିନ ପରେ ଶନିବାର ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଶହ ଟପିଛି। ବର୍ତ୍ତମାନ ଦେଶରେ ମୋଟ ୮,୬୦୧ଟି ସକ୍ରିୟ ମାମଲା ରହିଛି। ପ୍ରତିଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି।

କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟର ଆକଳନ ଅନୁସାରେ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୫୯୦ଟି ନୂଆ କୋଭିଡ ମାମଲା ଆସିଥିବାବେଳେ ୯୧୦ ଜଣଙ୍କ ସ୍ଵାସ୍ଥ୍ୟାବସ୍ଥା ଠିକ୍ ରହିଛି। ଏବେ କୋଭିଡ ଆକ୍ରାନ୍ତ ଶୀଘ୍ର ସୁସ୍ଥ ହେଉଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୧,୧୯,୫୬୦ ଜଣଙ୍କର କୋଭିଡ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧,୫୯୦ ଜଣ କୋଭଡି ପଜିଟିଭ ଚିହ୍ନଟ ହୋଇଛନ୍ତି।

ଗୋଟିଏ ପଟେ ଏଚ୩ଏନ୨ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଏବେ ପୁଣି କୋଭିଡକୁ ନେଇ ଚିନ୍ତା ବଢ଼ିଛି। ଏଚ୩ଏନ୨ ଏବଂ କାଭିଡ ସଂକ୍ରମଣକୁ ନେଇ କିଛି ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ରାଜ୍ୟରେ ଆଲର୍ଟ ଜାରି କରାଯାଇଥିଲା।

Tags: #Covid19 #CoronaVirus #InfectionRate #Covidcases

LEAVE A REPLY

Please enter your comment!
Please enter your name here