ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେପ୍ଟେମ୍ବର ୧୪ରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ୧୪ ତାରିଖ ସକାଳ ୮ଟା୧୦ରୁ ୮ଟା୪୦ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ପାଖରେ ଲାଗିହେବ ନବାନ୍ନ। ଏନେଇ ଶୁଭଲଗ୍ନ ସ୍ଥର କରାଯାଇଛି।

ସମ୍ବଲପୁର ଝାଡ଼ୁଆପଡ଼ାସ୍ଥିତ ବ୍ରହ୍ମପୁରା ମନ୍ଦିରରେ ବସିଥିଲା ପଣ୍ଡିତ ସଭା। ଏହି ସଭାରେ ନୂଆଁଖାଇ ପର୍ବ ପାଇଁ ଲଗ୍ନ ସ୍ଥିର କରାଯାଇଥିଲା। ନିର୍ଦ୍ଧାରିତ ଲଗ୍ନ ଅନୁସାରେ ମା’ଙ୍କ ପାଖରେ ନବାନ୍ନ ଲାଗି କରାଯିବ।

ସମଲେଶ୍ବରୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ଅନ୍ୟ ଦେବୀଦେବୀ ମନ୍ଦିରରେ ଭୋଗ ଲାଗି ହୋଇଥାଏ। ପରେ ସମସ୍ତେ ନୂଆ ଲୁଗା ପିନ୍ଧି ନବାନ୍ନ ଖାଇଥାନ୍ତି।

ପଶ୍ଚିମଓଡ଼ିଶାର ସମ୍ବଲପୁର, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର, ବରଗଡ଼, ସୁବର୍ଣ୍ଣପୁର, ଦେବଗଡ଼, ଝାରସୁଗୁଡ଼ା ପ୍ରମୁଖ ଜିଲ୍ଲାରେ ଧୁମଧାମରେ ପାଳନ କରାଯାଇଥାଏ।

Comment