ଓଡ଼ିଶାଲାଇଭ୍ ବ୍ୟୁରୋ

କୃଷି ଏବଂ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ବୌଦ୍ଧ ଜିଲ୍ଲା। ଚାଷୀଭାଇ ବର୍ଷର ପହିଲି ଶସ୍ୟକୁ ନିଜର ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରି ନୂଆଁଖାଇ ପାଳନ କରିଛନ୍ତି। ଘରେ ଘରେ ଜମିଛି ପିଠାପଣାର ଆସର।

ବୌଦ୍ଧ ଜିଲ୍ଲାର ଇଷ୍ଟଦେବୀ ମା’ ଭୈରବୀଙ୍କ ପୂଜାର୍ଚ୍ଚନା ସରିବା ପରେ ମା’ଙ୍କ ନିକଟରେ ନିର୍ଦ୍ଧାରିତ ସମୟରେ ନୂଆ ଧାନର ଚାଉଳରୁ ପ୍ରସ୍ତୁତ କ୍ଷୀରିକୁ ନବାନ୍ନ ରୂପେ ଭୋଗ ଲାଗିଥିଲା। ଏହା ପରେ ପରସ୍ପରକୁ ନୂଆଁଖାଇ ଜୁହାର କହିଥିଲେ।

ମା’ଙ୍କ ପାଖରେ ପୂଜା ସରିବା ପରେ ଭକ୍ତମାନେ ଏକାଠି ହୋଇ ମା’ଙ୍କ ବେଢ଼ାରେ ନବାନ୍ନ ଭକ୍ଷଣ କରିଥିଲେ। ଏହା ପରେ ବିଭିନ୍ନ ଗାଁର ଗ୍ରାମଦେବୀଙ୍କ ନିକଟରେ ନବାନ୍ନ ଲାଗି କରି ଘରେ ଘରେ ନବାନ୍ନ ଭକ୍ଷଣ କରିଥିଲେ ଗ୍ରାମବାସୀ।

ନୂଆଁଖାଇ ପାଳନ କରିବା ପାଇଁ ବାହାରେ ରହିଥିବା ଲୋକ ଘରକୁ ଫେରିଥିଲେ। ବନ୍ଧୁବାନ୍ଧବ ମଧ୍ୟ ଏକାଠି ହୋଇ ଏହି ପର୍ବରେ ସାମିଲ ହୋଇଥିଲେ।

Tags: #Nuakhai #Boudh #Celebration #Odisha

Comment