ଓଡ଼ିଶାଲାଇଭ୍‌ ବ୍ୟୁରୋ

ଢେଙ୍କାନାଳର ମୀନାବଜାରରେ ଘଟିଛି ଅଭାବନୀୟ ଘଟଣା। ଘରେ ପଶି ଯୁବକଙ୍କ ଗଳା କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ଜଣକ ହେଉଛନ୍ତି ମଣ୍ଟୁ ପାତ୍ର ଏବଂ ସେ ଜଣେ ଗହଣା ଦୋକାନୀ। ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ତଦନ୍ତ ଆରମ୍ଭ କରିଛି।

ମଣ୍ଟୁଙ୍କ ମର ଶରୀରକୁ ପ୍ରଥମେ ତାଙ୍କ ପୁଅ ଦେଖି ପରିବାରର ଅନ୍ୟ ସଦସ୍ୟଙ୍କୁ ଖବର ଦେଇଥିଲେ।

“ମୁଁ ଘରେ ପଶିବା ବେଳକୁ ଦେଖିଲି ଯେ ମୋ ବାପାଙ୍କ ମର ଶରୀର ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥଲା। ଘରର କବାଟ ଖୋଲାଥିଲା। ଘର ସାରା ରକ୍ତରେ ପାଦ ଚିହ୍ନ ପଡ଼ିଥିଲା”, କହିଛନ୍ତି ମୃତ ମଣ୍ଟୁଙ୍କ ବଡ଼ ପୁଅ ସୂର୍ଯ୍ୟ।

ମୃତ ମଣ୍ଟୁ ପାତ୍ରଙ୍କ ସ୍ତ୍ରୀ କହିଛନ୍ତି, “ଏହି ଘଟଣା ସମ୍ପର୍କରେ ମୁଁ କିଛି ଜାଣିନି। ଆମର କେହି ଶତ୍ରୁ ନଥିଲେ। ପୁଅକୁ ଟ୍ୟୁସନରେ ଛାଡ଼ି ଘରକୁ ଫେରିବା ପରେ ଏହି ହୃଦୟବିଦାରକ ଘଟଣା ଘଟିଥିବା ଜାଣିଲି।”

“ଆମେ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଛୁ। ବିଭିନ୍ନ ଲୋକଙ୍କୁ ଡାକି ଘଟଣା ସମ୍ପର୍କରେ ପଚରା ଉଚରା କରାଯିବ। ତେବେ ଏହି ଘଟଣା କିଏ ଏବଂ କାହିଁକି ଘଟାଇଲା ତାହା ଏବେ କହିହେବ ନାହିଁ”, କହିଛନ୍ତି ଢେଙ୍କାନାଳ ଏସ୍‌ପି ସନ୍ତୋଷ କୁମାର ନାୟକ।

LEAVE A REPLY

Please enter your comment!
Please enter your name here