ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା:୨୦୦୫ମସିହାରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଅଧିନରେ କାର୍ଯ୍ୟରତ କୃଷି ବିଜ୍ଞାନ କେନ୍ଦ୍ରର କର୍ମଚାରୀମାନଙ୍କୁ ଚୁକ୍ତି ଭିତ୍ତିକ କର୍ମଚାରୀ ଭାବରେ ଗ୍ରହଣ କରିଆସୁଛନ୍ତି ସରକାର। ନିୟମିତ ଚାକିରିଆ ଭାବରେ ସମସ୍ତ ଦରମା ମିଳୁଥିବା ବେଳେ ଚାକିରୀ ଶେଷରେ ଏମାନଙ୍କ ପାଇଁ ପେନସନ୍ ବ୍ୟବସ୍ଥା ନାହିଁ। ଏଣୁ ଏହାର ପ୍ରତିବାଦ କରିଛନ୍ତି କେନ୍ଦ୍ରାପଡ଼ା କୃଷି ବିଜ୍ଞାନ କେନ୍ଦ୍ରର କର୍ମଚାରୀମାନେ।

ଓଡ଼ିଶା କର୍ମଚାରୀ ମହାମଞ୍ଚର ଡାକରାରେ ଚାଲିଛି ଆନ୍ଦୋଳନ। ଏଥିରେ ସାମିଲ ହୋଇଛନ୍ତି କୃଷି ବିଜ୍ଞାନୀମାନେ। ଆଜି କେନ୍ଦ୍ରାପଡ଼ା କୃଷି ବିଜ୍ଞାନ କେନ୍ଦ୍ରରେ କଳା ବ୍ୟାଜ ପରିଧାନ କରି କାର୍ଯ୍ୟରେ ଯୋଗଦେଇଥିଲେ ଏହି କର୍ମଚାରୀମାନେ।

ଚାକିରୀର ସ୍ଥାୟିତ୍, ଆର୍ ଏ ଏସ୍ ପି, ସିଏଏସ୍, ଜାତୀୟ ପେନସନ୍ ଯୋଜନା ଲାଗୁ କରିବା, ସାମଜିକ ସୁରକ୍ଷା, ଭରତ ସରକାରଙ୍କ ସହିତ ଚାକିରୀର ବୁଝାମଣା ପତ୍ରକୁ କାର୍ଯ୍ୟକାରୀ କରିବା ଓ ସମାନ କାମକୁ ସମାନ ଦରମା ପ୍ରଦାନ କରିବା ଆଦି ଦାବିରେ ଆନ୍ଦୋଳନ ଚାଲିଛି।

୨୦୨୨ ମସିହା ସୁଦ୍ଧା ସରକାର କୃଷିକୁ ଦ୍ୱିଗୁଣିତ କରିବାର ଯେଉଁ ଯୋଜନା ରଖିଛନ୍ତି ତାହକୁ ସଫଳ କରିବାକୁ କର୍ମଚାରୀ ମାନଙ୍କର ସମସ୍ତ ସମସ୍ୟାକୁ ସମାଧାନ କରିବା ଜରୁରୀ ବୋଲି କର୍ମଚାରୀ ସଂଘ ଚେତାବନି ଦେଇଛି।

୩ ତାରିଖରୁ ସାରା ରାଜ୍ୟର ୩୧ଟି କୃଷି ବିଜ୍ଞାନ କେନ୍ଦ୍ର ମାନଙ୍କରେ କାର୍ଯ୍ୟରତ କର୍ମଚାରୀ ଓ ବୈଜ୍ଞାନିକମାନେ ଆସନ୍ତା ୧୧ ତାରିଖ ଯାଏଁ ଏମିତି କଳା ବ୍ୟାଜ୍ ପିନ୍ଧି ଓୟୁଏଟିର ଏହି ଅବିଚାର ବିରୋଧରେ ପ୍ରତିବାଦ ଜାରି ରଖିବାକୁ ସଂଘ ନିଷ୍ପତ୍ତି ନେଇଛି।

ଆସନ୍ତା ୧୭ ତାରିଖରୁ ଏହି ଆନ୍ଦୋଳନ କଲମ ଛାଡ଼ ଆନ୍ଦୋଳନର ରୂପ ନେବ ବୋଲି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।

Comment