ଓଡ଼ିଶାଲାଇଭ୍ ବ୍ୟୁରୋ
ନଭେମ୍ବର ୨୮ରୁ ଡିସେମ୍ବର ୧୬ ଯାଏଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବ ପୁରୁଷ ହକି ବିଶ୍ୱକପ୍। ଏଥିପାଇଁ ଚାଲି ବ୍ୟାପକ ପ୍ରସ୍ତୁତି। ଏହି ପରିପ୍ରେକ୍ଷୀରେ ଆଜି ମୁମ୍ବାଇରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଟିମ୍ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚିତ ହୋଇଛି।
ଏହି ଉତ୍ସବରେ ଟିମ ଇଣ୍ଡିଆର ଖେଳାଳିମାନେ ନୂଆ ଜର୍ସି ପିନ୍ଧିଥିଲେ।
ଜର୍ସି ଉନ୍ମୋଚନ ଉତ୍ସବରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ପି ଆର୍ ଶ୍ରୀଜେସ୍ଙ୍କ ସହ ଅନ୍ୟ ଖେଳାଳିମାନେ ଉପସ୍ଥିତ ଥିଲେ। ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ, ଅଜିତ ପାଲ୍ ସିଂ, ଧନରାଜ ପିଲ୍ଲେ, ସର୍ଦ୍ଦାର ସିଂ, ଅଶୋକ କୁମାର ଉପସ୍ଥିତ ଥିଲେ। ଟିମ୍ ଇଣ୍ଡିଆର ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ବିଶିଷ୍ଟ ଫ୍ୟାଶନ ଡିଜାଇନର ନରେନ୍ଦ୍ର କୁମାର ଏହି ଜର୍ସି ଡିଜାଇନ କରିଛନ୍ତି।
“ହକି ଟିମ୍ର ଖେଳାଳିମାନଙ୍କ ମନରେ ଉତ୍ସାହ ଭରିବା ପାଇଁ ନୂଆ ଜର୍ସି ଉନ୍ମୋଚନ କରାଯାଇଛି। ଆଗାମୀ ବିଶ୍ୱକପ୍ରେ ସମସ୍ତ ଭାରତୀୟ ଟିମ୍ ଇଣ୍ଡିଆକୁ ହୃଦୟରୁ ସମର୍ଥନ କରନ୍ତୁ। ଆମେ ପ୍ରତିବଦଳରେ ଭଲ ରେଜଲ୍ଟ ପ୍ରଦାନ କରିବୁ”, କହିଛନ୍ତି କ୍ୟାପଟେନ୍ ପି ଆର୍ ଶ୍ରୀଜେସ୍।
ଅଗଷ୍ଟ ୨୯ରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମାଇଁ ହାର୍ଟବିଟ୍ସ୍ ଫର୍ ହକି’ କ୍ୟାମ୍ପେନ ଶୁଭାରମ୍ଭ କରିଥିଲେ। ୨୦୧୮ ଫେବୃଆରୀ ୧୫ରେ ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଜର୍ସି ପାଇଁ ଲୋଗୋ ଉନ୍ମୋଚିତ କରିଥିଲେ।

















