ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଖରୀରେ ଗାଧୋଉ ଥିବାବେଳେ ଗୋଡ଼ ଖସି ୩ ଭଉଣୀ ପ୍ରାଣ ହରାଇଛନ୍ତି।

ବାରିପଦା ସଦର ଥାନା ଅନ୍ତର୍ଗତ ବଡ଼ବିଲା ଗ୍ରାମରେ ଆଜି ଘଟିଛି ଗୋଟିଏ ଅଘଟଣ। ସେହି ଗ୍ରାମର ଗୋଟିଏ ପରିବାରର ତିନୋଟି ଝିଅ ସ୍ଥାନୀୟ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ।

ହେଲେ ଗାଧୋଇବା ବେଳେ ହଠାତ୍ ସେମାନଙ୍କର ଗୋଡ଼ ଖସି ଯାଇଥିଲା। ଯାହାଫଳରେ ୩ ଭଉଣୀଙ୍କର ଘଟଣାସ୍ଥଳୀ ହିଁ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଗୟା ମୁର୍ମୁଙ୍କ ୧୧ବର୍ଷର ଝିଅ ସରୀତା, ପାଲୁ ମୁର୍ମୁଙ୍କ ୮ବର୍ଷର ଝିଅ ରାଜଶ୍ରୀ ଏବଂ ୧୨ବର୍ଷର ଝିଅ ପାର୍ଵତୀ।

ସକାଳେ ସ୍କୁଲ ଯିବାପାଇଁ ଘର ନିକଟରେ ଥିଵା ପୋଖରୀକୁ ଏକ ସାଙ୍ଗରେ ତିନି ଭଉଣୀ ଗାଧେଇବା ପାଇଁ ଯାଇଥିଲା ଵେଳେ ଏହି ଅଘଟଣ ଘଟିଥିଲା। ଖଵର ପାଇ ଘର ଲୋକମାନେ ପହଞ୍ଚି ଥିଲେ ବି ଏମାନଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରି ପାରି ନ ଥିଲେ। ବାରିପଦା ସଦର ପୋଲିସ ଘଟଣାର ତଦନ୍ତ କରୁଛି। ବଡ଼ଵିଲା ଗ୍ରାମରେ ଏବେ ଶୋକାକୂଳ ପରିବେଶ। ପୋଲିସ ମୃତ ଶିଶୁମାନଙ୍କ ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।

Comment