ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୩ ହଜାର ଟଙ୍କା ପାଉଥିବା ଅଙ୍ଗନବାଡ଼ି କର୍ମୀ ପାଇବେ ୪, ୫୦୦ ଟଙ୍କା
  • ୨୨୦୦ ଟଙ୍କା ପାଉଥିବା କର୍ମୀ ପାଇବେ ୩୫୦୦ ଟଙ୍କା
  • ଅଙ୍ଗନବାଡ଼ି ସହାୟିକାଙ୍କ ଦରମା ୧୫୦୦ରୁ ହେଲା ୨୨୫୦
  • ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହେବେ ଆଶା କର୍ମୀ

୨୦୧୯ ନିର୍ବାଚନ ପୂର୍ବରୁ ଏକ ବଡ଼ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି କେନ୍ଦ୍ର ସରକାର। ଆଶା ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ାଇ ସେମାନଙ୍କ ମନରେ ଥିବା ଅସନ୍ତୋଷକୁ ଦମନ କରିଛନ୍ତି କେନ୍ଦ୍ର ସରକାର।

ଯେଉଁ ଅଙ୍ଗନବାଡ଼ି କର୍ମୀମାନେ ୩୦୦୦ ଟଙ୍କା ପାଉଥିଲେ ସେମାନେ ଏଣିକି ପାଇବେ ୪ ହଜାର ୫୦୦ ଟଙ୍କା। ଯେଉଁମାନେ ୨୨୦୦ ଟଙ୍କା ପାଉଥିଲେ ସେମାନେ ମାସକୁ ୩୫୦୦ ଟଙ୍କା ପାଇବେ। ଏହସହ ଅଙ୍ଗନବାଡ଼ି ସହାୟିକାମାନଙ୍କ ଦରମା ମଧ୍ୟ ବଢ଼ାଇଛନ୍ତି କେନ୍ଦ୍ର ସରକାର।

ସହାୟିକାଙ୍କ ଦରମା ୧୫୦୦ ଟଙ୍କାରୁ ୨୨୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏହାସହ ଆଶା କର୍ମୀଙ୍କ ଦରମା ମଧ୍ୟ ଦୁଇଗୁଣ ବଢ଼ାଇବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ମାଧ୍ୟମରେ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ମୋଦି।

“ଦେଶର ମୂଳଦୁଆ ମଜଭୁତ କରିବାରେ ଆଶା ଏବଂ ଅଙ୍ଗନବାଡ଼ି କର୍ମୀମାନେ ଗୁରୁ ଦାୟିତ୍ୱ ବହନ କରୁଛନ୍ତି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ଶିଶୁ ଓ ମା’ମାନଙ୍କୁ ସୁରକ୍ଷା ଦେବାରେ ଅଙ୍ଗନବାଡ଼ି ଓ ଆଶା କର୍ମୀମାନେ କାମ କରୁଛନ୍ତି”, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Comment