ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ

ମୟୂରଭଞ୍ଜ ଜିଲ୍ଲାରେ ଥିବା ଦୌରା ଜଜ୍ଙ୍କ ଅଦାଲତରେ ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ନିଆଯାଇଛି। ଏକ ହତ୍ୟା ମାମଲାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।
ହେଲେ ଗତକାଲି ଦୌରା ଜଜ୍ଙ୍କ ଅଦାଲତରେ ଏହି ୩ଜଣ ଅଭିଯୁକ୍ତକୁ ଦୋଷୀ ସାଵ୍ୟସ୍ତ କରି ସାରିବାପରେ ତାଙ୍କୁ ଆଜୀଵନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
୨୦୧୫ ମସିହାରେ ଉଦଳା ଥାନା ଅନ୍ତର୍ଗତ ଆମ୍ବଡ଼ିହା ଗ୍ରାମରେ ବିଜୟ ମୁର୍ମୁ ତାଙ୍କ ଦୁଇ ସ୍ତ୍ରୀ ଫୁଲମଣି ଓ ରାନ୍ଦେଙ୍କ ସହ ମିଶି ତୃତୀୟ ସ୍ତ୍ରୀ ଚମ୍ପା ହାଁସଦାଙ୍କୁ ହତ୍ୟା କରିଥିଲେ।
ସାକ୍ଷୀ ପ୍ରମାଣ ପରେ ୩ ଅଭିଯୁକ୍ତଙ୍କୁ ମାନ୍ୟବର ଜିଲ୍ଲା ଦୌରା ଜଜ୍ ଆଜୀବନ କାରାଦଣ୍ଡ ସହିତ ୧୦ହଜାର ଟଙ୍କା ଲେଖାଏଁ ଜୋରିମାନା ଓ ଅନାଦେୟ ୨ବର୍ଷ ଅଧିକ କାରାବାସର ଆଦେଶ ଦେଇଛନ୍ତି।


















