ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ହେବା ପରେ ଭାରତରେ ଦ୍ୱିତୀୟ ଥର ପାଇଁ ମୋଦି ମସ୍‌ଜିଦ ଯାଇଛନ୍ତି।

ମଧ୍ୟପ୍ରଦେଶ ଇନ୍ଦୋରର ସୈଫ୍ ମସ୍‌ଜିଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦାଉଦୀ ବୋହରା ମୁସଲିମ୍ ସମ୍ପ୍ରଦାୟର ୫୩ତମ ଧର୍ମଗୁରୁ ସମ୍ମିଳନୀରେ ଯୋଗଦେଇ ମୋଦି ବୋହରା ସମ୍ପଦାୟକୁ ପ୍ରଶଂସା କରିଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଏହି ମଞ୍ଚରେ ଉପସ୍ଥିତ ଥିଲେ।

“ବୋହରା ସମ୍ପ୍ରଦାୟର ରାଷ୍ଟ୍ରଭକ୍ତି ଦେଶ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। ଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ବୋହରା ସମାଜ ଯାହା କରିଛି ତାହା ଚିରସ୍ମରଣୀୟ ହୋଇ ରହିବ। ମୁଁ ବିଶ୍ୱର ଯେ କୌଣସି ଜାଗାକୁ ଯାଏ ସେଠି ବୋହରା ସମାଜର କଥା କୁହେ। ବୋହରା ସମାଜ ସହ ମୋର ପୁରୁଣା ସମ୍ପର୍କ। ମୁଁ ଏହି ପରିବାରର ସଦସ୍ୟ। ଆପଣମାନଙ୍କ ପାଇଁ ମୋ ଦ୍ୱାର ସବୁବେଳେ ଖୋଲା ରହିଛି”, କହିଛନ୍ତି ନରେନ୍ଦ୍ର ମୋଦି।

ମୋଦି ଆହୁରି କହିଛନ୍ତି, “ଯେତେବେଳେ ମୁଁ ମୁଜରାଟର ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ବୋହରା ସମାଜ ମୋ ସାଙ୍ଗରେ ସବୁବେଳେ ରହିଥିଲେ। ମୁଁ ଅନେକ ଥର ଧର୍ମଗୁରୁଙ୍କୁ ଦେଖା କରିବା ପାଇଁ ସୁରତ ଏୟାରପୋର୍ଟକୁ ମଧ୍ୟ ଯାଇଛି।

ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ବିଦେଶରେ ସେ ମସ୍‌ଜିଦ ଯାଇଛନ୍ତି। ଭାରତରେ ମୋଦି ଦ୍ୱିତୀୟ ଥର ପାଇଁ ମସ୍‌ଜିଦକୁ ଆସିଥିଲେ। ଗତବର୍ଷ ମୋଦି ଅହମ୍ମଦାବାଦର ମହୀଶୂରସ୍ଥିତ ସିଦ୍ଧି ସୟଦ ମସ୍‌ଜିଦ ଗସ୍ତ କରିଥିଲେ। ଏହି ଗସ୍ତ ବେଳେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଉପସ୍ଥିତ ଥିଲେ।

୨୦୧୫ରେ ମୋଦି ୟୁଏଇ ଗସ୍ତ ବେଳେ ସେଖ ଜାୟଦେ ମସ୍‌ଜିଦ ଗସ୍ତ କରିଥିବା ବେଳେ ୨୦୧୮ରେ ସେ ଓମାନ ଯାତ୍ରା କରିଥିଲେ। ସେଠାରେ ମୋଦି ଶିବ ମନ୍ଦିର ଦର୍ଶନ କରିବା ସହ ସୁଲତାନ କବୁସ୍ ଗ୍ରାଣ୍ଡ ମସ୍‌ଜିଦ ଗସ୍ତ କରିଥିଲେ। ଏହାସହ ଇଣ୍ଡୋନେସିଆର ଇସ୍ତିକଲାଲ୍ ମସ୍‌ଜିଦ ମଧ୍ୟ ଯାଇଥିଲେ ମୋଦି।

ଗତ ଜୁନ୍ ମାସରେ ମୋଦି ସିଙ୍ଗାପୁର ଗସ୍ତରେ ଯାଇଥିଲେ। ସେଠାରେ ମୋଦି ପୁରାତନ ଚେଲୁୟା ମସ୍‌ଜି ଦ ଯାଇଥିଲେ।

Comment