ଓଡ଼ିଶାଲାଇଭ୍ ବ୍ୟୁରୋ

୨୯ ସେପ୍ଟେମ୍ବରକୁ ‘ସର୍ଜିକାଲ ଷ୍ଟ୍ରାଇକ ଦିବସ’  ରୂପେ ପାଳନ କରିବାପାଇଁ ୟୁଜିସି ବିଶ୍ୱବିଦ୍ୟାଳୟକୁ ଚିଠି ଲେଖିଲା।

ୟୁଜିସି ଦେଶର ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷା ପ୍ରଦାନ କରୁଥିବା ପ୍ରତିଷ୍ଠାନକୁ ଆଗାମୀ ୨୯ ସେପ୍ଟେମ୍ବରକୁ ‘ସର୍ଜିକାଲ ଷ୍ଟ୍ରାଇକ୍ ଦିବସ’ ରୂପେ ପାଳନ କରିବାକୁ ଆଦେଶ ଦେଇଛି। ଏହି ଆୟୋଜନ ପାଇଁ ୟୁଜିସି ଅନେକ କାର୍ଯ୍ୟକ୍ରମ କରିବାର ନିଷ୍ପତ୍ତି ନେଇଛି। ଯେଉଁଥିରେ ପୂର୍ବ ସୈନିକଙ୍କ ଦ୍ୱାରା ସେନାମାନଙ୍କର ବଳିଦାନ ଉପରେ ବ୍ୟାଖାନ, ବିଶେଷ ପରେଡ ଏବଂ ପ୍ରଦର୍ଶନୀର ଆୟୋଜନ କରିବାର ଯୋଜନା ରହିଛି। ଏହାସହ କାର୍ଡ଼ ପଠାଇବା ପାଇଁ ମଧ୍ୟ କୁହାଯାଇଛି। ଏହି ଆୟୋଜନ କରିବା ପଛରେ ୟୁଜିସିର କ’ଣ ଉଦ୍ଦେଶ୍ୟ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ୟୁଜିସି ପ୍ରତ୍ୟେକ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ଗୁରୁବାର ଦିନ ଏକ ଚିଠି ମାଧ୍ୟମରେ କହିଛି, “ପ୍ରତ୍ୟେକ ବିଶ୍ୱବିଦ୍ୟାଳୟର ଏନସିସି ଗ୍ରଫ୍‌କୁ ୨୯ ସେପ୍ଟେମ୍ବରକୁ ଏକ ବିଶେଷ ପରେଡ଼ ଆୟୋଜନ କରିବାପାଇଁ। ଏହାସହ ଏନସିସିର କମାଣ୍ଡର ଦେଶର ରକ୍ଷା କରିବାର ଉପାୟ ବିଷୟରେ କିଛି ସୂଚନା ଦେବେ ବୋଲି କହିଛି ୟୁଜିସି।

ଏହାବ୍ୟତୀତ ଇଣ୍ଡିଆ ଗେଟ୍ ପାଖରେ ଏକ ମଲ୍ଟିମିଡ଼ିଆ ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯିବ। ସାରା ଦେଶର ରାଜ୍ୟ, କେନ୍ଦ୍ର ଶାସିତ ପ୍ରଦେଶ, ମହତ୍ୱପୂର୍ଣ୍ଣ ସହରଗୁଡ଼ିକରେ ଏହି ପ୍ରଦର୍ଶନୀ ଆୟୋଜିତ କରାଯିବ।

Comment