ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣ ଯଦି ସୁସ୍ଥ ରହିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ କଦଳୀ ପତ୍ରରେ ଭୋଜନ କରନ୍ତୁ।

  • ଫାଇବର, କାଚ, କଂସା, ସିଲ୍‌ଭର୍‌ ଓ ଷ୍ଟିଲ ଆଦି ପ୍ଲେଟ୍‌ରେ ଖାଦ୍ୟ ଖାଇବା ଅପେକ୍ଷା କଦଳୀ ପତ୍ରରେ ଖାଇଲେ ଅଧିକ ଆନନ୍ଦ ମିଳିଥାଏ। କଦଳୀ ପତ୍ରରେ ଖାଇବା ଦ୍ୱାରା କେବଳ ଶାନ୍ତି ମିଳେ ତାହା ନୁହେଁ, ଏହାଦ୍ୱାରା ଶରୀରର କେତେକ ରୋଗ ମଧ୍ୟ ଭଲ ହୋଇଥାଏ ।
  • କଦଳୀ ପତ୍ରରେ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଖାସ୍‌ ସେଥିପାଇଁ ଆଜିକାଲି ବଡ଼ ବଡ଼ ହୋଟେଲଗୁଡ଼ିକରେ ଗ୍ରାହକଙ୍କୁ କଦଳୀ ପତ୍ରରେ ଖାଦ୍ୟ ପରଶା ଯାଉଛି।
  • ଯଦି ଆପଣ ପ୍ରତ୍ୟହ କଦଳୀ ପତ୍ରରେ ଖାଦ୍ୟ ଖାଉଛନ୍ତି, ତେବେ ଆପଣଙ୍କୁ କର୍କଟ ରୋଗ ହେବାର ଆଶଙ୍କା କମ୍‌ ରହିଥାଏ।
  • କଦଳୀ ପତ୍ରରେ ଖାଇବା ଦ୍ୱାରା ଶରୀରରେ ପୋଷକତତ୍ତ୍ୱ ମଧ୍ୟ ବୃଦ୍ଧି ପାଇଥାଏ।
  • କଦଳୀ ପତ୍ରରେ ଖାଦ୍ୟ ରଖିବା ଦ୍ୱାରା ଖାଦ୍ୟରେ ଥିବା ନକାରାତ୍ମକ ଶକ୍ତି ହ୍ରାସ ପାଇଥାଏ। ଏହାବ୍ୟତୀତ କଦଳୀ ପତ୍ର ଏକ ଆଣ୍ଟିବ୍ୟାକ୍ଟେରିଆ ଭଳି କାମ କରିଥାଏ।
  • କଦଳୀ ପତ୍ରରେ ଖାଇବା ଦ୍ୱାରା ଖାଦ୍ୟର ସ୍ୱାଦ ଦ୍ୱିଗୁଣିତ ହୋଇଥାଏ।
  • ପ୍ଲେଟ୍‌ରେ ଖାଇବା ଦ୍ୱାରା ଏଥିରେ ଥିବା ରାସାୟନିକ ପଦାର୍ଥ ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ। ହେଲେ କଦଳୀ ପତ୍ର ସ୍ୱଚ୍ଛ ହୋଇଥିବାରୁ ରାସାୟନିକ ପଦାର୍ଥର ଭୟ ରହିନଥାଏ।

Comment