ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲାରେ ରବିବାର ରେଳପଥର ବିକାଶ ଦାବିରେ ଏସୟୁସିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶିତ କରାଯାଇଥିଲା।

ଯଶୀପୁର ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ଶମ୍ଭୁନାଥ ନାୟକଙ୍କ ନେତୃତ୍ଵରେ ଶତାଧିକ ଏସୟୁସିଆଇର ସମର୍ଥକମାନେ ବାଦାମପାହାଡ଼ ରେଳ ଷ୍ଟେସନଠାରେ ବିକ୍ଷୋଭ ପ୍ରଦର୍ଶନ କରି ଡି.ଆର.ଏମ.କେ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଷ୍ଟେସନମାଷ୍ଟରଙ୍କୁ ପ୍ରଦାନ କରିଥିଲେ।

ବାଦାମପାହାଡ଼-କେନ୍ଦୁଝର ରେଳପଥ ନିର୍ମାଣ, ବାଦାମ-ଟାଟା ଟ୍ରେନକୁ ରାଉରକେଲା ପର୍ଯ୍ୟନ୍ତ ସଂପ୍ରସାରଣ ଏବଂ ଟାଟା-ବାଦାମପାହାଡ଼ ନୂତନ ଟ୍ରେନ ପ୍ରଚଳନ ଦାବିରେ ଏସୟୁସିଆଇ ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲା।

ଏହି କାର୍ଯ୍ୟକ୍ରମରେ ଶତାଧିକ ଦଳୀୟ କର୍ମୀମାନଙ୍କ ସମେତ ବହୁ ସଂଖ୍ୟକ ସ୍ଥାନୀୟ ଜନସାଧାରଣ ଅଂଶଗ୍ରହଣ କରିଥିଲେ।

ମୟୂରଭଞ୍ଜ ଭଳି ଏକ ଅନଗ୍ରସର ଜିଲ୍ଲାରେ ରେଳପଥର ବିକାଶ ହେଲେ ଜିଲ୍ଲାବାସୀଙ୍କର ସାମଗ୍ରୀକ ବିକାଶ ହୋଇପାରିବ ବୋଲି ଉପସ୍ଥିତ ବକ୍ତାମାନେ ମତ ରଖିଥିଲେ।

LEAVE A REPLY

Please enter your comment!
Please enter your name here