ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡରେ ଲଭ୍, ବ୍ରେକ୍ ଅପ୍ ଓ କ୍ୟାରିଅର୍ – ଏ ତିନିଟି ପ୍ରସଙ୍ଗ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ହୋଇଥାଏ। ବଲିଉଡର ଲୋକପ୍ରିୟ ନାୟକ ରଣବୀର କପୁର ଓ ଦୀପିକା ପାଦୁକୋନଙ୍କର ଲଭ୍, ବ୍ରେକଅପ୍ ଓ ତା’ପରେ କ୍ୟାରିଅରକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ।
ଏବେ ଏକ ବଡ ଖବର ମିଳିଛି ଏ ଦୁଇ କଳାକାର ପୁଣି ଏକ ଫିଲ୍ମରେ ନଜର ଆସିବେ। ରଣବୀର କପୁର ଓ ଦୀପିକା ପାଦୁକୋନଙ୍କ ଭିତରେ ଆଫେୟାର୍ ଚାଲିଥିବା ବେଶ୍ ଚର୍ଚ୍ଚାରେ ଥିଲା। ହେଲେ ଏହି ଲଭ ରିଲେସନ୍ସିପରେ ଏ ଦୁହିଁଙ୍କର ବ୍ରେକ୍ ଅପ୍ ହୋଇଥିଲା।
ସମ୍ପ୍ରତି ରଣବୀର କପୁର ଲୋକପ୍ରିୟ ନିର୍ଦ୍ଦଶକ ଲବ ରଞ୍ଜନଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମରେ କାମ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ସିନେମାରେ କିଏ ନାୟିକା ଭୂମିକା ନିଭାଇବେ ତା’କୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଥିଲା। ପ୍ରଥମେ ଶୁଣିବାକୁ ମିଳିଥିଲା କି ଲବ ରଞ୍ଜନଙ୍କ ଫିଲ୍ମରେ ରଣବୀର କପୁରଙ୍କ ଅପୋଜିଟ୍ରେ ତାଙ୍କର ଗର୍ଲଫ୍ରେଣ୍ଡ ଆଲିଆ ଭଟ୍ଟ ନଜର ଆସିବେ। ଏହା ଏକ ପ୍ରକାରର ଫାଇନାଲ୍ ବୋଲି କୁହାଗଲା।
ହେଲେ ତାହା ସତ ନୁହେଁ। ସଦ୍ୟତମ ଖବର ଅନୁଯାୟୀ ରଣବୀର କପୁରଙ୍କ ବିପକ୍ଷରେ ଏହି ଫିଲ୍ମରେ ଆଲିଆ ନୁହଁନ୍ତି, ବରଂ ତାଙ୍କର ଏକ୍ସଗର୍ଲ ଫ୍ରେଣ୍ଡ ଦୀପିକା ପାଦୁକୋନ୍ ଅଭିନୟ କରିବେ। ଦୀପିକା ଏହି ଫିଲ୍ମ ପାଇଁ ଚୁକ୍ତିବଦ୍ଧ ମଧ୍ୟ ହୋଇସାରିଲେଣି।
ଲବ ରଞ୍ଜନଙ୍କ ଏହି ଫିଲ୍ମ ୨୦୨୦ରେ ରିଲିଜ୍ ହେବ। ଏଥିରେ ରଣବୀର କପୁର ଓ ଦୀପିକା ପାଦୁକୋନଙ୍କ ବ୍ୟତୀତ ଅଜୟ ଦେବଗନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ଏଥିରେ ଅଜୟଙ୍କ ବିପକ୍ଷରେ ଜଣେ ନାୟିକାଙ୍କୁ ମଧ୍ୟ ନିଆଯିବ। ଅଜୟଙ୍କ ସହ ଇଲିଆନା ଡିକ୍ରୁଜ୍ଙ୍କୁ ନିଆଯିବା ନେଇ ଚର୍ଚ୍ଚା ହେଉଛି।
କେଉଁ ସିନେମାରେ ରଣବୀର- ଦୀପିକା ଯୋଡ଼ି?
ରଣବୀର କପୁର ଓ ଦୀପିକା ପାଦୁକୋନଙ୍କ ଯୋଡ଼ି ଲବ ରଞ୍ଜନଙ୍କ ନାମକରଣ ହୋଇନଥିବା ସିନେମାରେ ପ୍ରଥମ ଥର ପାଇଁ ଆସିନାହାନ୍ତି। ଆଗରୁ ବି ଏହି ଯୋଡ଼ିଙ୍କୁ ଦର୍ଶକ ତିନିଟି ହିନ୍ଦୀ ସିନେମାରେ ଦେଖିବାକୁ ପାଇଛନ୍ତି।
ରଣବୀର ଓ ଦୀପିକା ପାଦୁକୋନ୍ ପ୍ରଥମେ ଏକାଠି ନଜର ଆସିଥିଲେ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ‘ବଚ୍ନା ଏ ହସିନୋ’ରେ। ଏହାପରେ ଏ ଦୁହେଁ ପୁଣି ଇମତି ଆଜ୍ ଅଲ୍ଲୀଙ୍କ ନିର୍ଦ୍ଦେଶିତ ‘ତମାସା’ ଓ ଅୟାନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ‘ୟେ ଜୱାନି ହେ ଦିୱାନି’ରେ ନଜର ଆସିଥିଲେ।
ବ୍ରେକ୍ ଅପ୍ ପରେ ବି ପ୍ରଫେସନାଲ୍
‘ୟେ ଜୱାନି ହେ ଦିୱାନି’ର ସୁଟିଂ ସମୟରେ ରଣବୀର କପୁର ଓ ଦୀପିକା ପାଦୁକୋନ ପ୍ରେମରେ ପଡ଼ିଥିଲେ। ସେହି ସମୟରେ ଦୁହେଁ ଡେଟିଂ ଆରମ୍ଭ କରିଥିଲେ। ୨୦୦୮ରେ ରଣବୀର ଓ ଦୀପିକାଙ୍କ ଆଫେଆର୍କୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଏପରିକି ମିଡିଆରେ ଚର୍ଚ୍ଚା ହୋଇଥିଲା କି ସେ ଦୁହେଁ ଏନଗେଜମେଣ୍ଟ ବି କରିବାକୁ ଯାଉଛନ୍ତି।
ରଣବୀର କପୁର ଓ ଦୀପିକା ପାଦୁକୋନ୍ଙ୍କର ବ୍ରେକ୍ ଅପ୍ ପଛରେ ରଣବୀରଙ୍କ ଭୂମିକା ଥିଲା ସନ୍ଦେହଜନକ। ଏହାକୁ ସେ ପରେ ସ୍ୱୀକାର କରିଥିଲେ। ସେ କହିଥିଲେ ଯେ ଅନଭିଜ୍ଞତା ହେତୁ ସେ ଦୀପିକାଙ୍କ ସାଥ୍ ଛାଡ଼ିଥିଲେ।
ଆହୁରି ମଧ୍ୟ କୁହାଗଲା ଯେ ‘ଅଜବ ପ୍ରେମ କି ଗଜବ କାହାନି’ର ସୁଟିଂ ସମୟରେ ରଣବୀର କାଟ୍ରିନା କୈଫଙ୍କ ଆଡ଼କୁ ଆକର୍ଷିତ ହୋଇଥିଲେ। ଏହା ହିଁ ରଣବୀର କପୁର- ଦୀପିକା ପାଦୁକୋନଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଥିଲା।
ଏ ଦୁହେଁ ବ୍ରେକ୍ ଅପ୍ ପରେ ବି ଭଲ ପ୍ରଫେସନାଲ୍ ଭାବେ ‘ୟେ ଜୱାନି ହେ ଦିୱାନି’ ଓ ‘ତମାସା’ରେ ଏକାଠି କାମ କରିଛନ୍ତି।


















