ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ଉତ୍ତରାଖଣ୍ଡ ଗସ୍ତରେ ଯାଇଛନ୍ତି। ଉତ୍ତରାଖଣ୍ଡରେ ଅନୁଷ୍ଠିତ ଇନଭେଷ୍ଟର୍ସ ମିଟ୍‌କୁ ଉଦଘାଟନ କରିଛନ୍ତି ମୋଦି। ଉଦଘାଟନୀ ଉତ୍ସବରେ ମୋଦି କ’ଣ କହିଲେ ଜାଣନ୍ତୁ:-

  • ଗୁଜରାଟକୁ ଦକ୍ଷିଣ କୋରିଆ ଭଳି ତିଆରି କରିବାକୁ ଚାହୁଁଥିଲି। କାରଣ ଗୁଜରାଟ ଏବଂ ଦକ୍ଷିଣ କୋରିଆର ଜନସଂଖ୍ୟା ସମାନ। ଏହାସହ ଦକ୍ଷିଣ କୋରିଆ ସମୁଦ୍ର କୂଳରେ ରହିଥିବା ବେଳେ ଗୁଜରାଟ ବି ସମୁଦ୍ର କୂଳରେ ରହିଛି।
  • ବିଶ୍ୱର ଅନ୍ୟ ଦେଶ ଅପେକ୍ଷା ଆମ ଦେଶର ଶକ୍ତି ଢେର ଅଧିକ
  • ଉତ୍ତରାଖଣ୍ଡରେ ଯାହା ଅଛି ତାକୁ ଯଦି ଠିକ୍ ଭାବବେ ଆମେ ବ୍ୟବହାର କରିପାରିବା ତାହାଲେ ଦେଶ ଆହୁରି ଶକ୍ତିଶାଳୀ ହୋଇପାରିବ।
  • ମେକ୍ ଇନ୍ ଇଣ୍ଡିଆ କେବଳ ଭାରତ ପାଇଁ ନୁହେଁ। ଏହା ସାରା ବିଶ୍ୱକୁ ଦିଗଦର୍ଶନ ଦେବ।
  • ଫୁଡ୍ ପ୍ରୋସେସିଂରେ ଭାରତ ସାରା ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି।
  • ଆୟୁଷ୍ମାନ ଭାରତ ଯୋଜନାରେ ପ୍ରାୟ ୫୦ କୋଟି ଲୋକଙ୍କୁ ସ୍ୱାସ୍ଥ୍ୟବୀମା ମିଳୁଛି। ଆମେରିକା, କାନାଡାର ମୋଟ ଜନସଂଖ୍ୟା ତୁଳନାରେ ଭାରତରେ ଅଧିକ ଲୋକ ଉପକୃତ ହେଉଛନ୍ତି।
  • ଭାରତରେ ନୂଆ ନିଯୁକ୍ତିର ସୁଯୋଗ ସୃଷ୍ଟି ହେଉଛି।
  • କେନ୍ଦ୍ର ସରକାର ୪୦୦ ରେଳ ଷ୍ଟେସନର ଆଧୁନିକୀକରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି।
  • ୧୦୦ ନୂଆ ଏ଼ୟାରପୋର୍ଟ ନିର୍ମାଣ କାମ ଭାରତରେ ଜାରି ରହିଛି।
  • ଭାରତର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିଛି। ନୂଆ ଭାରତ ଗଠନ ଲକ୍ଷ୍ୟରେ ଆମେ ଅଗ୍ରସର ହେଉଛୁ।

Comment