ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ୬୪ତମ ବିଶ୍ୱ ବନ୍ୟପ୍ରାଣୀ ସପ୍ତାହ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ପାଳିତ ହୋଇଯାଇଛି। ଇକୋ କ୍ଲବ ଜିଲ୍ଲା ସଂଯୋଜକ ଡକ୍ଟର ଶଙ୍କର ନାରାୟଣ ବେଜଙ୍କ ସଂଯୋଜନାରେ  ଆୟୋଜିତ ସଭାରେ ଏସିଏଫ୍ ଅଶୋକ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ।

ଅଲିଭ ରିଡଲେ କଇଁଛ ସୁରକ୍ଷା ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆୟୋଜିତ ଫୋଟ ପ୍ରଦର୍ଶନୀକୁ ବ୍ରହ୍ମପୁର ବିଧାୟକ ଡକ୍ଟର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଉଦଘାଟନ କରିଥିଲେ।

ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୁରେଶ ପଞ୍ଚ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସବୁଜବାହିନୀ ସଭାପତି ଶିବରାମ ପାଣିଗ୍ରାହି, ଆଂଚଳିକ ବିକାଶ ପରିଷଦର ସଭାପତି ସାଗର ପାତ୍ର, ବିଜୟ କୁମାର ବେହେରା, ପିୟୁଷ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଏସିଏଫ୍ ଅଶୋକ ବେହେରା, ହରିକୃଷ୍ଣ କୋଠଆ,ଏଏସ୍ ରାଜାରାଓ ସୁବୁଦ୍ଧି, କିରଣ କୁମାର ସାହୁ, ପରମାନନ୍ଦ ପାଣିଗ୍ରାହୀ, କବିରାଜ ଗୌଡ, ଗୋପାଳ ମିଶ୍ର, ଜଟେଶ୍ୱର କର ପ୍ରମୁଖ ପୂର୍ବରୁ ଆୟୋଜିତ ଏକ ସଚେତନତା ଶୋଭାଯାତ୍ରାକୁ ପରିଚାଳନା କରିଥିଲେ। ଫଟୋ ପ୍ରଦର୍ଶନୀର ପ୍ରମୁଖ ଫୋଟଗ୍ରାଫର୍ ଏ.ସତିଶ୍, ରାଜାନ୍ ରମେଶ, ଗୋପାଳ ରେଡ୍ଡି ଓ ଲିଙ୍ଗରାଜ ପଣ୍ଡାଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।

Comment