ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବର୍ଷିୟାନ୍ ବଲିଉଡ ଅଭିନେତା ଦିଲ୍ଲୀପ କୁମାର ପୁଣିଥରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ବର୍ଷିୟାନ୍ ବଲିଉଡ ଅଭିନେତା ଦିଲ୍ଲୀପ କୁମାର ପୁଣିଥରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ ନିମୋନିଆରେ ଆକ୍ରାନ୍ତ ହୋଇଛନ୍ତି। ଦିଲ୍ଲୀପ କୁମାରଙ୍କ ଟୁଇଟର୍ ହାଣ୍ଡେଲରୁ ଫଇଜଲ୍ ଫାରୁକି ଟ୍ଵିଟ୍ କରି ଏହି ସୂଚନା ଦେଇଛନ୍ତି।

ସେ କରିଥିବା ଟ୍ଵିଟ୍ ଅନୁଯାୟୀ, ନିମୋନିଆ ଆକ୍ରାନ୍ତ ଦିଲ୍ଲୀପ କୁମାରଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହେବାରୁ ରବିବାର ରାତିରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତବର୍ଷ ମଧ୍ୟ ଦିଲ୍ଲୀପ କୁମାର ଅସୁସ୍ଥତା କାରଣରୁ ପ୍ରାୟ ସପ୍ତାହେ ଧରି ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ତା’ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା।

ଦାଦା ସାହେବ୍ ଫାଲ୍‌କେ ପୁରସ୍କାର ବିଜେତା ଦିଲ୍ଲୀପ କୁମାରଙ୍କୁ ଦର୍ଶକ ଏଯାବତ୍ ଶେଷଥର ଲାଗି ୧୯୯୮ରେ ମୁକ୍ତିପ୍ରାପ୍ତ ‘କିଲା’ ଚଳଚ୍ଚିତ୍ରରେ ଦେଖିବାକୁ ପାଇଥିଲେ।

Comment